www.samajalive.in
Saturday, December 6, 2025
15.1 C
Bhubaneswar

ରାଜ୍ୟରେ ଦିନକରେ ୧୦୯୩୯ ନୂଆ କରୋନା ସଂକ୍ରମିତ; ଖୋର୍ଦ୍ଧାରୁ ସର୍ବାଧିକ ୧୨୯୮ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୩୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୬୧୭୮ ଏବଂ ସ୍ଥାନୀୟ ସଂକ୍ରମିତ ୪୭୬୧ ଜଣ ରହିଛନ୍ତି। ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୨୯୮ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂତ୍ରରୁ ଜଣାଯାଇଛି।

ଏହି ସମୟ ମଧ୍ୟରେ ଅନୁଗୁଳ ଜିଲାରୁ ୮୧୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ଜିଲାରୁ ୩୬୧, ବରଗଡ ୩୨୩, ଭଦ୍ରକ ୧୪୨, ବଲାଙ୍ଗୀର ୧୯୫, ବଉଦ ୩୮୫, କଟକ ୯୨୨, ଦେବଗଡ ୧୦୦, ଢେଙ୍କାନାଳ ଜିଲାରୁ ୭୬୩ ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ଗଜପତି ଜିଲାରୁ ୪୩, ଗଞ୍ଜାମ ୨୫୪, ଜଗତସିଂହପୁର ୨୯୧, ଯାଜପୁର ୫୪୧, ଝାରସୁଗୁଡା ୧୯୧, କଳାହାଣ୍ଡି ୨୪୪, କନ୍ଧମାଳ ୭୭, କେନ୍ଦ୍ରାପଡା ୩୨୩, କେନ୍ଦୁଝର ୧୭୬, କୋରାପୁଟ ୨୪୨ ଏବଂ ମାଲକାନାଗିରି ଜିଲାରୁ ୧୦୩  ଜଣଙ୍କୁ ଚିହ୍ନଟ କରାଯାଇଛି। ଅନୁରୂପ ଭାବେ ମୟୁରଭଞ୍ଜରୁ ୬୦୪, ନବରଙ୍ଗପୁର ୩୬୨, ନୟାଗଡ ୨୨୫, ନୂଆପଡା ୬୪, ପୁରୀ ୪୫୬, ସମ୍ବଲପୁର ୩୧୯, ସୋନପୁର ୨୩୧, ସୁନ୍ଦରଗଡ ୫୧୨ ଏବଂ ଷ୍ଟେଟପୁଲରୁ ୨୧୭ ଜଣ ଚିହ୍ନଟ ହୋଇଛନ୍ତି।

- Advertisement -

ରାଜ୍ୟରେ ଆଉ ୧୧୬୧୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୧୧୪୩୭୩୩୭ ନମୁନା ପରୀକ୍ଷା କରାଯାଇସାରିଛି। ସେଥିମଧ୍ୟରୁ ୭୧୪୩୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୬୦୧୨୨୪ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି। ଏଥିସହିତ ରାଜ୍ୟରେ ସଂପ୍ରତି ୧୧୦୫୫୪ ଜଣ କରୋନା ସଂକ୍ରମିତ ରହିଥିବା ଜଣାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories