www.samajalive.in
Monday, December 8, 2025
13.1 C
Bhubaneswar

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ବୁର୍ଲା: ବୁର୍ଲା ଅଶୋକ ନିବାସରେ ରବିବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ହୀରାକୁଦ ବନ୍ଧର ବରିଷ୍ଠ ଅଧିକାରୀ, ସମ୍ବଲପୁର ଜିଲାପାଳ, ଝାରସୁଗୁଡା ଜିଲା ପ୍ରଶାସନର ଅଧିକାରୀ, ସମ୍ବଲପୁର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ନେଇ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବନ୍ୟା ନିୟନ୍ତ୍ରଣର ସମୀକ୍ଷା, ବନ୍ଧ ନିର୍ମାଣ ସମୟରେ ବ୍ୟବହାର ନ ହୋଇ ପଡ଼ିଥିବା ଜମିର ସ୍ଥିତି ସମ୍ପର୍କରେ ସମୀକ୍ଷା ହୋଇଛି। ହୀରାକୁଦ ଜଲଭଣ୍ଡାରର ଜଳ ପରିଚାଳନା କିପରି ସୁରୁଖୁରୁରେ ହେବ ସେନେଇ ଆଲୋଚନା କରାଯାଇଛି। ସେପଟେ ଛତିଶଗଡ କେଉଁ ସମୟରେ ପାଣି ଛାଡୁଛି, କେତେ ଜଳ ହୀରାକୁଦ ଜଲଭଣ୍ଡାରକୁ ଆସୁଛି ସେନେଇ ମୁଖ୍ୟତଃ ଆଲୋଚନା ହେଇଛି। ସେହିପରି ସହରରେ ବନ୍ୟା ନିୟନ୍ତ୍ରଣ ପାଇଁ କ’ଣ କରାଯାଇଛି ସେନେଇ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଛି। ସହରରେ ଲାଗିଥିବା ସୁଇସ୍ ଗେଟ୍ ଓ ପମ୍ପିଙ୍ଗ ସେଣ୍ଟରଗୁଡିକ କିପରି ରହିଛି ସେନେଇ ଆଲୋଚନା କରିଛନ୍ତି ମନ୍ତ୍ରୀ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories