www.samajalive.in
Saturday, December 6, 2025
14.1 C
Bhubaneswar

ଦହିବରା ବ୍ୟବସାୟୀଙ୍କୁ ଛୁରାମାଡ଼ କରି ଦୁର୍ବୃତ୍ତ ଗିରଫ

ବୁର୍ଲା : ବୁର୍ଲା ସହରରେ ଜଣେ ଦହିବରା ବ୍ୟବସାୟୀଙ୍କୁ ଛୁରାମାଡ ହୋଇଥିବା ସୂଚନା ମିଳିଛି। ଦିନ ଦ୍ୱିପହରରେ ସହର ମଙ୍ଗଳାମନ୍ଦିର ନିକଟରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଛୁରାମାଡରେ ଆହତ ବ୍ୟବସାୟୀ ଗୁରୁତର ଅବସ୍ଥାରେ ବୁର୍ଲା ଭିମସାରରେ ଭର୍ତି ହୋଇଛନ୍ତି। ଆହତ ବ୍ୟବସାୟୀ ହେଲେ ବୁର୍ଲା ତିଅରପଡାର ଦୀପକ ନାୟକ(୧୯) । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଭକ୍ତିମଣ୍ଡପ ଅଞ୍ଚଳର ଚନ୍ଦନ ପ୍ରଧାନ(୨୩) କୁ ପୁଲିସ ଗିରଫ କରି କୋର୍ଟକୁ ଚାଲାଣ କରିଥିବା ସୂଚନା ପୁଲିସ ତରଫରୁ ମିଳିଛି।
ଦୀପକ ଦହିବରା ବିକ୍ରୀ କରି ଘରକୁ ଫେରୁଥିବା ସମୟରେ ଦିନ ୧୨ ଟା ସମୟରେ ମଙ୍ଗଳା ମନ୍ଦିର ନିକଟରେ ଅଭିଯୁକ୍ତ ଚନ୍ଦନ ଏବଂ ତାଙ୍କର ଜଣେ ସାଙ୍ଗ ଏକ ସ୍କୁଟିରେ ଆସି ଛୁରିରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଏଥିରେ ଦୀପକ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବୁର୍ଲା ଭିମସାର ହସପିଟାଲରେ ଭର୍ତ୍ତି କରିଛନ୍ତି । ଏହାପରେ ତାଙ୍କ ପରିବାର ଲୋକେ ଘଟଣା ସମ୍ପର୍କରେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଚନ୍ଦନକୁ ଗିରଫ କରି କୋର୍ଟକୁ ଚାଲାଣ କରିଥିବା ସୁଚନା ହସ୍ତଗତ ହୋଇଛି। ସୂଚନା ଥାଉକି ୧୦ ଦିନ ପୁର୍ବରୁ ଅଭିଯୁକ୍ତ ଦୀପକକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories