www.samajalive.in
Friday, December 5, 2025
23.1 C
Bhubaneswar

ବୁର୍ଲାରେ ବିଦ୍ୟୁତ ଆଘାତରେ ଯୁବକ ମୃତ, ଶବ ରଖି କ୍ଷତିପୂରଣ ଦାବି

ବୁର୍ଲା: ବୁର୍ଲା ସହରର କଣ୍ଟ୍ରାକ୍ଟର୍ସ କଲୋନିରେ ଘଟିଥିବା ଏକ ଅଘଟଣକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାକ୍ରମରେ କଣ୍ଟ୍ରାକ୍ଟର୍ସ କଲୋନିର ଜଣେ ବ୍ୟବସାୟୀଙ୍କ ବୈଦୁତିକ କାମରେ ବ୍ୟବସାୟୀଙ୍କ ଘରକୁ ଆସିଥିବା ସ୍ଥାନୀୟ ଜଣେ ଯୁବକ ବୈଦ୍ୟୁତିକ ଆଘାତ ପାଇ କୋଠା ଉପରୁ ଖସିପଡ଼ି ଶୋଚନିୟ ଭାବରେ ମୃତ୍ୟୁ ଘଟିଥିଲା। ଫଳରେ ଏହାକୁ ନେଇ ପରିବାର ବର୍ଗ ଏବଂ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ବୁର୍ଲା ହସପିଟାଲରେ ଯୁବକଙ୍କୁ ମୃତ ଘୋଷଣା ପରେ ବ୍ୟବଚ୍ଛେଦ କରାଯିବା ପରେ ପୁଣି ଶବକୁ ଉକ୍ତ ବ୍ୟବସାୟୀଙ୍କ ଘର ସମ୍ମୁଖରେ ରଖି ଯୁବକଙ୍କ ମୃତ୍ୟୁପାଇଁ ବ୍ୟବସାୟୀଙ୍କୁ ଦାୟୀ କରି ମୃତକଙ୍କ ଦୁଇ କୁନି ପୁଅଝିଅର ଭରଣପୋଷଣ କରିବା ପାଇଁ କ୍ଷତିପୂରଣ ଦାବି କରିଥିଲେ।

ବୁର୍ଲା କଣ୍ଟ୍ରାକ୍ଟର୍ସ କଲୋନିର ବିଶିଷ୍ଟ ବ୍ୟବସାୟୀ ବଣ୍ଟି ନାୟାର ତାଙ୍କ ଘରର ବୈଦ୍ୟୁତିକ କାମ ପାଇଁ ସେହି କଣ୍ଟ୍ରାକର୍ସ କଲୋନିର ପିଣ୍ଟୁ ରାୟ(୨୫) ଯୁବକକୁ ଡ଼ାକିିଥିଲେ। ମାତ୍ର ଯୁବକ ଜଣକ ବୈଦ୍ୟୁତିକ ଆଘାତ ପାଇବା ପରେ କୋଠା ଉପରୁ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିଲେ। ତଳେ ପିଣ୍ଟୁ ଛଟପଟ ହୋଇଥିଲେ ସୁଦ୍ଧା ଘର ମାଲିକ ପିଣ୍ଟୁକୁ ମେଡ଼ିକାଲକୁ ନେବା ବଦଳରେ ପୁଲିସକୁ ଫୋନ କରିଥିଲେ। ଇତିମଧ୍ୟରେ ପ୍ରାୟ ଅଧଘଣ୍ଟାରୁ ଊର୍ଦ୍ଧ୍ବ ବିତିଯାଇଥିଲା। ପରେ ବୁର୍ଲା ମେଡ଼ିକାଲକୁ ପିଣ୍ଟୁକୁ ସ୍ତାନିୟ ବାସିନ୍ଦା ଉଦ୍ଧାର କରି ନେବା ବେଳକୁ ପିଣ୍ଟୁକୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଭିମସାରରେ ଉତ୍ତେଜନା ଦେଖାଦେଇଥିଲା।

- Advertisement -

ଏହାପରେ ପିଣ୍ଟୁର ଶବର ବ୍ୟବଚ୍ଛେଦ କରାଯିବା ପରେ ପରିବାର ବର୍ଗ ଏବଂ ସ୍ଥାନୀୟ ବାସିନ୍ଦା ଶବକୁ ଧରି କଣ୍ଟ୍ରାକ୍ଟର୍ସ କଲୋନିର ବ୍ୟବସାୟୀ ବଣ୍ଟିଙ୍କ ଘର ସମ୍ମୁଖକୁ ଆଣି ରଖି କ୍ଷତିପୁରଣ ଦାବୀ କରିଥିଲେ। ଏପରିକି ମୃତକ ପିଣ୍ଟୁ ରାୟଙ୍କ ସ୍ତ୍ରୀ ତଥା ଦୁଇଟି ପୁଅ(୫) ଏବଂ ଝିଅ(୩) ରହିଥିବା ବେଳେ ଘରେ ସେ ଏକୁଟିଆ ରୋଜଗାର କରି ପରିବାରର ପୋଷଣ କରୁଥିଲେ। ମୃତକ ପିଣ୍ଟୁ ସ୍ତାନିୟ କଣ୍ଟ୍ରାକ୍ଟର୍ସ କଲୋନିର ଲଲନ ରାୟ ଯିଏକି ଜଣେ ବସଚାଳକ ତାଙ୍କ ପୁଅ। ଏପରିକି ମୃତକ ପିଣ୍ଟୁର କୁନି ପୁଅ ଏବଂ ଝିଅର ଭବିଷ୍ୟତ ଅନ୍ଧକାର ହେବାକୁ ଯାଉଥିବା ଏବଂ ଉଭୟ ଶିଶୁ ତଥା ମୃତକଙ୍କ ସ୍ତ୍ରୀଙ୍କ ଭରଣପୋଷଣ ପାଇଁ ୫ ଲକ୍ଷ ଟଙ୍କର କ୍ଷତିପୁରଣ ପରିବାର ବର୍ଗ ତଥା ସ୍ତାନିୟ ବାସୀନ୍ଦା ଦାବିକରି ଶବକୁ ରାତି ପର୍ଯ୍ୟନ୍ତ ବ୍ୟବସାୟୀ ବଣ୍ଟିଙ୍କ ଘର ସମ୍ମୁଖରେ ରଖିଥିଲେ। ସେପଟେ ବୁର୍ଲା ପୁଲିସ ବଳ ତଥା ଥାନାଧିକାରୀ ନିଜେ ଯାଇ ଏହି ଘଟଣାର ମିମାଂସା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ହୋଇ ପାରି ନ ଥିବା ଜଣାପଡ଼ିଛି। ଏପରିକି କିଛିଟା ଟଙ୍କାର କ୍ଷତିପୁରଣ ଦେବାକୁ ନେଇ ମାମଲା ରଫାଦଫା କରିବା ପାଇଁ ଉଦ୍ୟମକୁ ନେଇ ପୁଣି ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ଶବ ବ୍ୟବସାୟୀଙ୍କ ଘର ସମ୍ମୁଖରେ ରହିଥିବା ବେଳେ ପୁଲିସ ବଳ ଉପସ୍ଥିତ ରହିଥିବା ବେଳେ ମୃତକଙ୍କ ସମ୍ପର୍କିୟ ତଥା ସ୍ଥାନୀୟ ବାସିନ୍ଦା ବହୁ ସଂଖ୍ୟାରେ ସେଠାରେ ଅଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories