www.samajalive.in
Saturday, December 6, 2025
15.1 C
Bhubaneswar

ଓସ୍ତିଆ ଗ୍ରାମରେ ଗୋଖାଦ୍ୟ ବଣ୍ଟନ

ବାଙ୍କୀ: ବାଙ୍କୀ ବ୍ଲକର ଓସ୍ତିଆ ଗ୍ରାମପଞ୍ଚାୟତର ଓସ୍ତିଆ ଗ୍ରାମ ଏକ ବନ୍ୟା ପ୍ରବଣ ଅଞ୍ଚଳ। ମହାନଦୀରେ ବନ୍ୟାଜଳ କୂଳ ଲଙ୍ଘିଲେ ଏହି ଗାଁ ଜଳବନ୍ଦୀ ହୋଇଯାଏ। ଚଳିତ ବନ୍ୟାରେ ମଧ୍ୟ ବନ୍ୟାଜଳ ଗ୍ରାମବାସୀଙ୍କୁ ଜଳବନ୍ଦୀ କରିଛି। ଗାଁରେ ୫ ରୁ ୬ ଫୁଟର ପାଣି। ପ୍ରତି ଘରେ ପ୍ରବେଶ କରି ବିପନ୍ନଙ୍କୁ ଦହଗଞ୍ଜ କରିଛି। ମଣିଷ ପରି ଘରେ ଥିବା ପଶୁ ସମ୍ପଦ ମଧ୍ୟ ପ୍ରଭାବିତ ହୋଇଛନ୍ତି। ବିପନ୍ନ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା ବେଳେ ବୁଧବାର ଦିନ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକୀୟ ଗୋଖାଦ୍ୟ ପହଞ୍ଚିଥିବା ସମ୍ପର୍କରେ ସରପଞ୍ଚ ମମତା ବେହେରା ସୂଚନା ଦେଇଛନ୍ତି। ବୁଧବାର ଦିନ ବିଭାଗୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସ୍ଥାନୀୟ ବାତ୍ୟା ଆଶ୍ରୟସ୍ଥଳୀଠାରେ ଗୋଖାଦ୍ୟ ବଣ୍ଟନ କରାଯାଇଛି। ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଆର୍ତ୍ତବନ୍ଧୁ ବେହେରାଙ୍କ ଉଦ୍ୟମ ଓ ସଞ୍ଚାଳନରେ ଏହି ଗୋଖାଦ୍ୟ ବଣ୍ଟନ କରାଯାଇଥିବା ସମ୍ପର୍କରେ ସୂଚନା ମିଳିଛି। ପଞ୍ଚାୟତର ପ୍ରାୟ ୬୦୦ ଗୋ-ସମ୍ପଦଙ୍କ ପାଇଁ ୩୮ କ୍ୱିଣ୍ଟାଲ ଗୋଖାଦ୍ୟ ବଣ୍ଟନ ପାଇଁ ଆସିଥିବା ସୂଚନା ମିଳିଛି। ପଞ୍ଚାୟତରେ ଆବଶ୍ୟକ ଗୋରୁ ଗାଈଙ୍କ ନିମନ୍ତେ ସଂକଟ ସମୟରେ ସରକାରୀ ଗୋଖାଦ୍ୟ ପହଞ୍ଚିଥିବାରୁ ପଞ୍ଚାୟତବାସୀ କୃତଜ୍ଞତା ଜଣାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories