ହୀରାକୁଦ ଜଳଭଣ୍ଡାରରେ ଶୁଭିଲାଣି ବିଦେଶୀ ପକ୍ଷୀଙ୍କ କଳରବ
ବୁର୍ଲା : ହୀରାକୁଦ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀମାନଙ୍କ ଆଗମନ ଆରମ୍ଭ ହୋଇଛି। ପ୍ରାୟ ଦଶ ପ୍ରଜାତିର ପକ୍ଷୀ ଆସିଥିବା ସୁଚନା ହସ୍ତଗତ ହୋଇଛି। ଫଳରେ ସୁବିସ୍ତୀର୍ଣ୍ଣ ଜଳରାଶିର ନଦୀବନ୍ଧ ଏବଂ ଏହାର କୂଳର ଜଙ୍ଗଲ ଓ ଗ୍ରାମ ମାନଙ୍କରେ ପକ୍ଷୀମାନଙ୍କ କଳରବ ଶୁଣିବାକୁ ମିଳିଲାଣି। ଏଥର ପ୍ରଥମ କରି ଗଲ୍ ଓ ଡକ୍ ପ୍ରଜାତିର ପକ୍ଷୀମାନେ ନଦୀବନ୍ଧରେ ପହଞ୍ଚିଛନ୍ତି। ସାମାନ୍ୟ ଶୀତ ଆସି ଯାଇଥିବାରୁ ଗତ ବର୍ଷ ଅପେକ୍ଷା ଏଥର ଆଗରୁ କମ୍ ସଂଖ୍ୟକ ପକ୍ଷୀମାନଙ୍କ ଆସିବା ଆରମ୍ଭ ହୋଇଯାଇଛି। ପ୍ରାୟ ୮୦୦ ବର୍ଗ କିଲୋମିଟର ପରିମିତ ହୀରାକୁଦ ନଦୀବନ୍ଧକୁ ଅକ୍ଟୋବର ମାସ ବେଳକୁ ପରିବ୍ରାଜକ ବିହଙ୍ଗମାନେ ଆସିଥାନ୍ତି। ହଜାର ହଜାର କିଲୋମିଟର ଆକାଶପଥରେ ଏଠାରେ ଏମାନେ ପହଞ୍ଚି ଶୀତ ଅପସରି ଯିବାପରେ ଫେବୃଆରୀ ଶେଷ ବେଳକୁ ନିଜ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଏହି ପକ୍ଷୀମାନେ ନଦୀବନ୍ଧର ପାୱାର ଚେନାଲ, ଭିତରେ ଥିବା କୁଦ, ପାର୍ଶ୍ବବର୍ତ୍ତୀ ଡେବ୍ରୀଗଡ଼ ଅଭୟାରଣ୍ୟ, କମ୍ଗାଁ, ବାରଖଣ୍ଡିଆ, ରେଙ୍ଗାଲି ଓ ଡାଇକ୍ ପ୍ରଭୃତିର ବନାଞ୍ଚଳରେ ଅବସ୍ଥାନ କରିଥାନ୍ତି। ଏହି ପକ୍ଷୀମାନେ ମୁଖ୍ୟତଃ କାସ୍ପିଆନ୍ ସାଗର, ମଙ୍ଗୋଲିଆ, କେନ୍ଦ୍ର ଓ ଦକ୍ଷିଣ-ପୂର୍ବ ଏସିଆ, ହିମାଳୟ, ବୈକାଲ ହ୍ରଦ ଆଦି ସ୍ଥାନରୁ ଆସିଥାନ୍ତି।
ସୂଚନା ଅନୁଯାୟୀ, ୨୦୧୭ରେ ୭୬ ହଜାର୍ରୁ ଅଧିକ ପକ୍ଷୀ ଆସିଥିବା ବେଳେ ୨୦୧୬ରେ ୧ ଲକ୍ଷ ୩୭ ହଜାର୍ନୁ ଅଧିକ ପକ୍ଷୀ ଆସିଥିଲେ। ୨୦୧୯ର ଗଣନା ଅନୁଯାୟୀ ରେକର୍ଡ଼ ୯୨ ପ୍ରଜାତିର ୧ ଲକ୍ଷ ୪୫ ହଜାର ୯୪୬ ବିଦେଶୀ ପକ୍ଷୀ ଜଳଭଂଡ଼ାରକୁ ଆସିଥିଲେ। ନଭେମ୍ବର ମାସ ବେଳକୁ ସାଇବେରିଆ, ୟୁରୋପ୍, ଆ‘ଗାନିସ୍ଥାନ, ଚୀନ ପ୍ରଭୃତି ଭୂଖଣ୍ଡରୁ ଏହି ପକ୍ଷୀମାନେ ହୀରକୁଦ୍ରୁ ଆସି ଫେବୃଆରୀ ମାସ ବେଳକୁ ନିଜ ନିଜ ଦେଶକୁ ଫେରି ଯାଆନ୍ତି। ହୀରାକୁଦ ବନ୍ଧ ନିର୍ମାଣ ପରଠାରୁ ଏହାର ୪୧୯ ବର୍ଗ କିଲୋମିଟର୍ ବିସ୍ତୀର୍ଣ୍ଣ ଜଳାଶୟକୁ ଏହି ପକ୍ଷୀମାନେ ଖାସ୍ କରି ଶୀତ ସମୟରେ ଆସିଥାନ୍ତି। ପୂର୍ବବର୍ଷ ତୁଳନାରେ ଗତଥର ଅଧିକ ପକ୍ଷୀ ଉପସ୍ଥିତ ଥିବାର ଗଣନା କରାଯାଇଛି। ଗଣନା ରିପୋର୍ଟ ଅନୁସାରେ ୮୨ ପ୍ରଜାତିର ପକ୍ଷୀ ଜଳଭଣ୍ଡାରରେ ଦେଖାଯାଇଅଛି। ୨୦୧୭-୧୮ରେ ସମୁଦାୟ ୧,୩୬,୮୩୫ ଗୋଟି ପକ୍ଷୀ ଗଣନା କରାଯାଇଅଛି। ଗତ ୨୦୧୫-୧୬ ବର୍ଷରେ ହୀରାକୁଦ ନଦୀବନ୍ଧକୁ ରେକର୍ଡ଼ ୬୦ ପ୍ରଜାତିର ୯୫୯୧୨ ସଂଖ୍ୟକ ପକ୍ଷୀ ଆସିଥିଲେ। ଏଥିରେ ହୁଇସିଲିଂ ଡକ୍, କମନ୍ ପୋଚାର୍ଡ଼, ଟଟେଡ଼୍ ଡକ୍, ଗ୍ରେଟ୍ କ୍ରେଷ୍ଟେଡ଼୍ ଗ୍ରେଭ ଓ କମନ୍ କୁଟ୍ ଆଦି ପ୍ରଜାତିର ପକ୍ଷୀ ବିଶେଷ ଭାବରେ ଆସିଥିବା ଲକ୍ଷ୍ୟ କରାଯାଇଥିଲା। ୧୬୫୪୭ ଲେସର ହୁଇସିଲିଂ ଡକ୍, ୧୬୪୭୩ କମନ୍ ପୋଚାର୍ଡ଼, ୧୧୫୦୬ ଟଟେଡ଼୍ ଡକ୍, ୧୦୮୮୬ ଗ୍ରେଟ୍ କ୍ରେଷ୍ଟେଡ଼୍ ଗ୍ରେଭ୍, ୯୧୪୮ସଂଖ୍ୟକ କମନ୍ କୁଟ୍ ପକ୍ଷୀ ଆସିଥିଲେ। ସେହିଭଳି ୬୧୧୨ ଲିଟିଲ୍ କୋମରାଣ୍ଟ, ୫୭୨୪ ବ୍ଲକ୍ହେଡେଡ଼୍ ଗଲ୍, ୩୫୬୦ ରେଡ଼ କ୍ରେଷ୍ଟେଡ଼ ଗ୍ରେଭ ଓ ୨୨୬୦ ଡାଉନ ହେଡେଡ ଗଲମ୍ମ ଆସିଥିଲେ। ୨୦୧୪-୧୫ରେ ୬୩ ପ୍ରଜାତିର ୫୮୦୫୭, ୨୦୧୩-୧୪ରେ ୫୫ ପ୍ରଜାତିର ୬୩୮୯୨, ୨୦୧୨-୧୩ରେ ୫୯ ପ୍ରଜାତିର ୭୯୧୩୮ ପକ୍ଷୀ ଆସିଥିବା ବେଳେ ତା ପୂର୍ବ ବର୍ଷ ୫୨ ପ୍ରଜାତିର ୬୦୮୦୬ ପକ୍ଷୀ ଆସିଥିଲେ। ପକ୍ଷୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଏଥର ମ୍ମ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଡଙ୍ଗା ସହିତ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ନଦୀବନ୍ଧ ଓ ପାର୍ଶ୍ବବତର୍ତ୍ତୀ ଜଙ୍ଗଲମାନଙ୍କରେ ପହରା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି। ଏଥିପାଇଁ ୭ଟି ବୋଟର ବ୍ୟବସ୍ତା ହୋଇଛି। ଡ଼ିଭିଜନର ଗୋବିନ୍ଦପୁର, ବାଖଂଡ଼ିଆ, ଚୈାରାଶିମାଲ, ଜିରୋ ପଏଂଟ, ମହୁଲତରା ପ୍ରଭୃତି ପୋଷ୍ଟ ରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।
Comments are closed.