www.samajalive.in
Monday, December 15, 2025
17.1 C
Bhubaneswar

ଜଗନ୍ନାଥ ମନ୍ଦିର ଜମିକୁ ନେଇ ଲଙ୍କାକାଣ୍ଡ; ଦୁଇ ପରିବାର ଉପରେ ମରଣାନ୍ତକ ଅକ୍ରମଣ

ବୁର୍ଲା : ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ଉଦେପୁର ଗ୍ରାମର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଜମିକୁ ନେଇ ମଙ୍ଗଳବାର ଲଙ୍କାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ମନ୍ଦିର ଜମିକୁ ନେଇ ମନ୍ଦିରର ପୁରାତନ ଟ୍ରଷ୍ଟି କୋର୍ଟରେ ହାରିଯିବା ପରେ ଜମିଚାଷ କରୁଥିବା ପାତ୍ର ପରିବାରର ଘରେ ପଶି ସଦସ୍ୟମାନଙ୍କ ମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ବିଭିନ୍ନ ଗାଡ଼ି, ଟିଭି ପରି ବିଭିନ୍ନ ଆସବାବପତ୍ର ଭଙ୍ଗରୁଜା କରିଥିବା ଅଭିଯୋଗ ହୋଇଛି। ଏଥିରୁ ମନ୍ଦିର ପୂଜକ ମଧ୍ୟ ବାଦ୍‌ ପଡ଼ି ନଥିବା ଅଭିଯୋଗରେ ଦର୍ଶାଯାଇଛି। ଭୟରେ ପାତ୍ର ପରିବାର ଏବଂ ମନ୍ଦିର ପୂଜକ ରାତିଅଧିଆ ବୁର୍ଲା ଆସି ଏଠାରେ ଆତ୍ମଗୋପନ କରିଛନ୍ତି। ଏନେଇ ଭେଡ଼େନ ଥାନାରେ ମାମଲା ରୁଜୁ ହେବା ସହ ପୀଡ଼ିତ ପରିବାର ପୁଲିସ ମହାନିର୍ଦ୍ଦେଶକ କଟକ, ଉପମହାନିର୍ଦ୍ଦେଶକ/ମହାନିର୍ଦ୍ଦେଶକ/ ଉତ୍ତରାଞ୍ଚଳ ଡିଆଇଜି ସମ୍ବଲପୁରକୁ ଲିଖିତ ଭାବରେ ଅଭିଯୋଗ ପତ୍ର ପଠାଇ ସେମାନଙ୍କୁ ସୁରକ୍ଷା ପ୍ରଦାନ ସହିତ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ଜଣାଯାଇଛି।
ଅଭିଯୋଗ ଅନୁସାରେ, ଅରୁଣ ପାତ୍ରଙ୍କ ପରିବାର ପୁରୁଷାନୁକ୍ରମେ ମନ୍ଦିରର ପ୍ରାୟ ୪ ଏକର ୭୨ ଡ଼େସିମଲ ଜମି ଚାଷ କରି ଆସୁଥିଲେ। ମାତ୍ର କେତେକ ଟ୍ରଷ୍ଟି ଉକ୍ତ ଜମିଚାଷ କରିବାକୁ ପାତ୍ର ପରିବାରକୁ ମନା କରିଥିଲେ। ଏନେଇ ଉଚ୍ଚ ନ୍ୟାୟାଳୟରେ ପାତ୍ର ପରିବାର ଡ଼ବ୍ଲୁପିସି ୧୮୦୪୯/୨୦୨୦ରେ ଆବେଦନ କରିଥିଲେ। ଉଚ୍ଚ ନ୍ୟାୟାଳୟ ବେଆଇନ ଭାବରେ ଗଠିତ ଟ୍ରଷ୍ଟ ଏବଂ ସଦସ୍ୟମାନଙ୍କୁ ମନ୍ଦିରରୁ ଗତ ତା. ୧୧/୧୧/୨୦୨୦ରେ ଖାରଜ କରିଦେଇଥିଲେ। ଏହା ସହିତ ବେଆଇନ ଟ୍ରଷ୍ଟକୁ ଭଙ୍ଗ କରିବା ପାଇଁ ଘୋଷଣା କରିଥିଲେ। ପ୍ରତିକ୍ରିୟାରେ ଟ୍ରଷ୍ଟିମାନେ ଉକ୍ତ ଜମିକୁ ଚାଷ କରିବାରୁ ପାତ୍ର ପରିବାର ନିବୃତ ହେବା ପାଇଁ କୁଆଡ଼େ ଧମକ ଦେଇଥିବାବେଳେ ପାତ୍ର ପରିବାର ଛାଡ଼ିବେ ନାହିଁ ବୋଲି କହିଥିଲେ। ଏଥିରେ ଉକ୍ତ ପକ୍ଷର ସଦସ୍ୟମାନେ ଆଜି ଟାଙ୍ଗି, ଛୁରୀ, ଠେଙ୍ଗା ତଥା ଅନ୍ୟ ମାରଣାସ୍ତ୍ର ଧରି ପାତ୍ର ପରିବାରର ଘର ଉପରେ ଆକ୍ରମଣ କରିଥିଲେ। ଦୁଇଟି ବାଇକ, ପିକଅଫ ଭ୍ୟାନ, ଟିଭି, ଅଲମାରୀ ତଥା ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜାକରିବା ସହ କୁଆଡ଼େ ମନ୍ଦିରର କବାଟ ମଧ୍ୟ ଭାଙ୍ଗିଦେଇଥିଲେ। ଏହାପରେ ଥାନାକୁ କେସ ରୁଜୁ କରିବାକୁ ପାତ୍ର ପରିବାର ବାହାରିବା ମାତ୍ରେ ପୁଣି ଚଳନ୍ତା ଗାଡ଼ି ଉପରେ ମଧ୍ୟ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଦୃଶ୍ୟକୁ ପାତ୍ର ପରିବାର ମୋବାଇଲରେ ରେକର୍ଡ କରିଥିବା କୁହାଯାଇଛି। ସେପଟେ ପୂଜକ ପରୀକ୍ଷିତ ପୁରୋହିତଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories