www.samajalive.in
Monday, December 8, 2025
14.1 C
Bhubaneswar

ଟିମ୍‌ ଇଣ୍ଡିଆକୁ ଝଟ୍‌କା;  ୪ର୍ଥ ଟେଷ୍ଟରୁ ବାଦ୍‌ ପଡ଼ିଲେ ବୁମ୍‌ରା

ଅହମଦାବାଦ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟେଷ୍ଟ ଶୃଙ୍ଖଳାର ୪ର୍ଥ ତଥା ଅନ୍ତିମ ମ୍ୟାଚ ଅନୁଷ୍ଠିତ ହେବ। କିନ୍ତୁ ଏହା ପୂର୍ବରୁ ଭାରତୀୟ ଟିମ୍‌କୁ ବଡ଼ ଝଟ୍‌କା ଲାଗିଛି। ଟିମ୍‌ର ଷ୍ଟାର୍‌ ଦ୍ରୁତ ବୋଲର ଜଶପ୍ରୀତ୍‌ ବୁମରା ୪ର୍ଥ ମ୍ୟାଚରୁ ବାଦ୍‌ ପଡ଼ିଛନ୍ତି।

ବିସିସିଆଇ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ଜଶପ୍ରୀତ୍‌ ବୁମରା ବ୍ୟକ୍ତିଗତ କାରଣରୁ ୪ର୍ଥ ଟେଷ୍ଟ ମ୍ୟାଚରେ ନ ଖେଳିବାକୁ ଅନୁରୋଧ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଟିମ୍‌ରୁ ରିଲିଜ କରିଦିଆଯାଇଛି ଏବଂ ସେ ୪ର୍ଥ ଟେଷ୍ଟରେ ଖେଳିବେ ନାହିଁ। ଏହା ସହିତ ବୁମ୍‌ରାଙ୍କ ବଦଳରେ ଅନ୍ୟ କୌଣସି ଖେଳାଳିଙ୍କୁ ସ୍କ୍ବାଡ୍‌ରେ ସାମିଲ କରାଯିବ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

- Advertisement -

ସୂଚନାଯୋଗ୍ୟ, ବୁମରାଙ୍କୁ ଚେନ୍ନାଇରେ ଅନୁଷ୍ଠିତ ୨ୟ ଟେଷ୍ଟରେ ବି ବାଦ୍‌ ଦିଆଯାଇଥିଲା। ଇଂଲଣ୍ଡ ବିପକ୍ଷ ଆଗାମୀ ଟି-୨୦ ସିରିଜ ପାଇଁ ବି ତାଙ୍କୁ ଟିମ୍‌ରେ ସାମିଲ କରାଯାଇ ନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories