www.samajalive.in
Sunday, December 14, 2025
17.1 C
Bhubaneswar

ବୁମ୍‌ରା ବର୍ଷର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର, ସ୍ମୃତି ମନ୍ଧାନା ଦିନିକିଆ କ୍ରିକେଟର ଅଫ୍ ଦି ଇୟର

ନୂଆଦିଲ୍ଲୀ:​‌ ଭାରତୀୟ ଦଳର ତାରକା ବୋଲର ଜସପ୍ରୀତ ବୁମ୍‌ରା ୨୦୨୪ର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଆଖ୍ୟା ଅର୍ଜନ କରିଛନ୍ତି। ବୁମ୍‌ରାଙ୍କ ବ୍ୟତୀତ ଇଂଲଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍, ଇଂଲଣ୍ଡର ଯୁବ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍ ଏବଂ ଶ୍ରୀଲଙ୍କାର କାମିନ୍ଦୁ ମେଣ୍ଡିସ୍ ଏହି ପୁରସ୍କାର ଦୌଡ଼ରେ ଥିଲେ, କିନ୍ତୁ ବୁମ୍‌ରା ସମସ୍ତଙ୍କୁ ପଛରେ ପକାଇ ପୁରସ୍କାର ହାତେଇଛନ୍ତି। ଷଷ୍ଠ ଭାରତୀୟ ଭାବେ ସେ ଏହି କୃତିତ୍ଵ ଅର୍ଜନ କରିଛନ୍ତି। ବୁମ୍‌ରାଙ୍କ ପୂର୍ବରୁ ରାହୁଲ ଦ୍ରାବିଡ଼(୨୦୦୪), ଗୌତମ ଗମ୍ଭୀର(୨୦୦୯), ବିରେନ୍ଦ୍ର ସେହଓ୍ବାଗ(୨୦୧୦), ରବିଚନ୍ଦ୍ରନ ଅଶ୍ଵିନ(୨୦୧୬) ଏବଂ ବିରାଟ କୋହଲୀ(୨୦୧୮) ମଧ୍ୟ ଏହି ପୁରସ୍କାର ପାଇଛନ୍ତି। ତେବେ ବୁମ୍‌ରା ଭାରତର ପ୍ରଥମ ଦ୍ରୁତ ବୋଲର, ଯିଏକି ବର୍ଷର ଶ୍ରେଷ୍ଠ ଟେଷ୍ଟ ଖେଳାଳି ନିର୍ବାଚିତ ହୋଇଛନ୍ତି। ୨୦୨୪ରେ ୧୩ଟି ଟେଷ୍ଟ ମ୍ୟାଚରୁ ୭୧ଟି ଓ୍ବିକେଟ ନେଇଛନ୍ତି ବୁମ୍‌ରା।

ଅପରପକ୍ଷେ, ଆଇସିସି ମହିଳା ଦିନିକିଆ କ୍ରିକେଟର ଅଫ୍ ଦି ଇୟର ଆଖ୍ୟା ଅର୍ଜନ କରିଛନ୍ତି ସ୍ମୃତି ମନ୍ଧାନା। ପ୍ରଥମ ଭାରତୀୟ ମହିଳା ଭାବେ ସେ ଆଇସିସି ସମ୍ମାନ ଜିତିଛନ୍ତି। ୨୦୨୪ରେ ୪ ଶତକ ସହ ୭୯୪ ରନ୍‌ କରିଛନ୍ତି ମନ୍ଧାନା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories