ମୋହନା : ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ପୁତୁଲୀପଙ୍କା ଗ୍ରାମର ଗୋଟିଏ ପରିବାରର ୩ଜଣ ବାଘୁଆ ମହୁମାଛି ଆକ୍ରମଣରେ ଆହତ ହୋଇଛନ୍ତିି । ପୁତୁଲୀପଙ୍କା ଗ୍ରାମର ବାପା ଗେର୍ଗାରି ନାୟକ, ମା ସୁଷମା ନାୟକ ଏବଂ ପୁଅ ପ୍ରଫୁଲ୍ଲ ନାୟକ ବାଘୁଆ ମହୁମାଛିର ଆକ୍ରମଣର ଶିକାର ହୋଇଛନ୍ତି । ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତାରେ ଚିକିତ୍ସା ନିମନ୍ତେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେମାନଙ୍କୁ ଭର୍ତ୍ତି କରିଛନ୍ତି। ସୂଚନା ଯୋଗ୍ୟ ଗୁରୁବାର ଜାଳେଣି କାଠ ସଂଗ୍ରହ ପାଇଁ ନିକଟ ଜଙ୍ଗଲକୁ ଯାଇଥିଲେ। କାଠ ସଂଗ୍ରହ ବେଳେ ହଠାତ ଏକ ଗଛରୁ କିଛି ବାଘୁଆ ମହୁମାଛି ସମସ୍ତଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ। ଯାହାଫଳରେ ମା’ର ଅବସ୍ଥା ଗୁରୁତର ଥିବା ବେଳେ ବାପା ଏବଂ ପୁଅର ଅବସ୍ଥା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
Popular Categories



