www.samajalive.in
Monday, December 15, 2025
26.1 C
Bhubaneswar

ବୃଦ୍ଧଙ୍କୁ ଭୁସି ମାରିଲା ଷଣ୍ଢ

କଟକ: କଟକ ବିଡାନାସୀ ଥାନା ଭୁଆସୁଣୀ ପଠାରେ ଅଭାବନୀୟ ଘଟଣା ଘଟିଛି।  ପାଗଳ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଆଜି ସକାଳେ ବୃଦ୍ଧ ଜଣକ କୌଣସି କାମରେ ଭୁଆସୁଣୀ ପଠାକୁ ଯାଇଥିଲେ। ଏହି ସମୟରେ ଏକ ପାଗଳ ଷଣ୍ଢ ତାଙ୍କୁ ଆକ୍ରମଣ କରିଥିଲା। ବୃଦ୍ଧ ଜଣକ ତଳେ ପଡିଯାଇଥିଲେ। ପରେ ଷଣ୍ଢଟି ନିଜ ଶିଙ୍ଗରେ ବାରମ୍ବାର ବାରମ୍ବାର ବୃଦ୍ଧଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ବୃଦ୍ଧ ଙ୍କର ମୃତ୍ୟୁ ଘଟିଛି। ମୃତକ ବିଡାନାସୀ ଅଞ୍ଚଳର ବୋଲି ଜଣାପଡିଛି। ରବିବାର ମଧ୍ୟ ଷଣ୍ଢଟି ଏକାଧିକ ଲୋକଙ୍କୁ ଆକ୍ରମଣ କରିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ତେବେ ସିଏମସି ପକ୍ଷରୁ ପାଗଳ ଷଣ୍ଢଟିକୁ କାବୁ କରାଯାଇଥିବା ସୂଚନା ମିଳିଛି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories