www.samajalive.in
Monday, December 15, 2025
14.1 C
Bhubaneswar

ଆଜିଠୁ ବିଧାନସଭା: ବଜେଟ ଅଧିବେଶନରେ ରାଜ୍ୟପାଳ ଜମିରଙ୍କ ଶେଷ ଅଭିଭାଷଣ

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଭାବେ ଏସ.ସି.ଜମିରଙ୍କ କାର୍ୟ୍ୟ ଅବଧିକୁ ମଙ୍ଗଳବାର ପାଞ୍ଚ ବର୍ଷ ପୂରୁଛି । ସରକାରୀ ଭାବେ ମାର୍ଚ୍ଚ ୨୦ ତାରିଖ ତାଙ୍କର ଶେଷ କାର୍ୟ୍ୟ ଦିବସ । ଏ ପର୍ୟ୍ୟନ୍ତ ଓଡ଼ିଶାର ପରବର୍ତ୍ତୀ ରାଜ୍ୟପାଳ କିଏ ହେବେ ସେ ନେଇ କେନ୍ଦ୍ର ସ୍ପଷ୍ଟ କରିନଥିବାରୁ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ନୂଆ ରାଜ୍ୟପାଳ ଆସିବା ପର୍ୟ୍ୟନ୍ତ ସେ ଦାୟିତ୍ୱ ତୁଲାଇବେ। ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନରେ ସେ ଶେଷ ଅଭିଭାଷଣ ରଖିବେ ।
ରାଜ୍ୟପାଳ ଏସ.ସି.ଜମିର ଜଣେ ଜାତୀୟତାବାଦୀ ନେତା । ୧୯୩୧ ମସିହା ଅକ୍ଟୋବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସେ ବିଏ,ଏଲଏଲବି ଡିଗ୍ରୀ ହାସଲ କରିଛନ୍ତି। ନାଗାଲାଣ୍ଡକୁ ଭାରତୀୟ ରାଷ୍ଟ୍ର ସଂଘରେ ମିଶାଇବାରେ ସେ ପ୍ରମୁଖ ଭୂମିକା ନେଇଥିଲେ । ପଣ୍ଡିତ ଜବାହରଲାଲ ନେହରୁଙ୍କ ସହ ଆଲୋଚନା ପରେ ତାଙ୍କ ଉଦ୍ୟମ ସଫଳ ହୋଇଥିଲା । ତାଙ୍କୁ ଆଧୁନିକ ନାଗାଲାଣ୍ଡର ନିର୍ମାତା କୁହାଯାଏ । ୧୯୬୧ରୁ ୧୯୭୦
ମସିହା ପର୍ୟ୍ୟନ୍ତ ସେ ନାଗାଲାଣ୍ଡରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହି ସମୟ ମଧ୍ୟରେ ସେ କେନ୍ଦ୍ର ରେଳବାଇ, ଶ୍ରମ ଓ ଥଇଥାନ, ସମବାୟ ବିଭାଗ ଉପ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ସଂସଦୀୟ ବ୍ୟାପାର ବିଭାଗ ଦାୟିତ୍ୱରେ ଥିଲେ। ସେ ୧୯୮୦ରୁ ୨୦୦୩ ମଧ୍ୟରେ ସର୍ବାଧିକ ଚାରିଥର ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଓ ପରବର୍ତ୍ତୀ ସମୟରେ ଗୋଆ, ମହାରାଷ୍ଟ୍ର, ଗୁଜରାଟର ରାଜ୍ୟପାଳ ଥିଲେ । ପରେ ଓଡ଼ିଶାର ରାଜ୍ୟପାଳ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା ।
ନାଗାଲାଣ୍ଡକୁ ଭାରତ ସହ ମିଶାଇବା ନେଇ ଆନ୍ଦୋଳନ ସମୟରେ ଅନେକ ଥର ସେ ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଏବେ ବି ତାଙ୍କ ଶରୀରରେ ଗୋଟିଏ ଗୁଳି ରହିଥିବା କୁହାଯାଏ ।
ଓଡ଼ିଶାରେ ତାଙ୍କ କାର୍ୟ୍ୟକାଳ ସମୟରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇ ନାହିଁ । ସେ ସବୁବେଳେ ନିରପେକ୍ଷତା ଅବଲମ୍ବନ କରିଛନ୍ତି । ସେ ହେଉଛନ୍ତି କଂଗ୍ରେସର ପୁରୁଖା ନେତା । ୟୁପିଏ ସରକାର ସମୟରେ ତାଙ୍କୁ ୨୦୧୩ ମସିହାରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା । ପରେ ୨୦୧୪ ମସିହାରେ କେନ୍ଦ୍ରରେ ବିଜେପି ସରକାରକୁ ଆସିବା ପରେ ମଧ୍ୟ ତାଙ୍କୁ ଅପସାରିତ କରାଯାଇନାହିଁ । ଓଡ଼ିଶାରେ ବିଜେଡି ସରକାର ତାଙ୍କ ବିରୋଧରେ କୌଣସି ଅଭିଯୋଗ କରିନାହାନ୍ତି ।
କୁଳାଧିପତି ଭାବେ ସେ ବିଶ୍ୱବିଦ୍ୟାଳୟଗୁଡ଼ିର ପ୍ରଶାସନିକ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛନ୍ତି । ତାଙ୍କ କାର୍ୟ୍ୟ ଅବଧି ମଧ୍ୟରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ପୁଲିସ ବିଧେୟକକୁ ସ୍ୱୀକୃତି ନଦେଇ ଫେରାଇ ଦେଇଥିଲେ । ବିଧେୟକ ଦୁଇଟିରେ ଆଇନଗତ ତ୍ରୁଟି ଥିବା ଯୋଗୁଁ ସେ ଏହାକୁ ଫେରାଇ ଥିବା ବେଳେ ତାକୁ ନେଇ ରାଜ୍ୟ ସରକାର ସେଭଳି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । ନିକଟରେ ତାଙ୍କ ନାଗାଲାଣ୍ଡ ଗସ୍ତକୁ ନେଇ ସେ ବିବାଦଘେରକୁ ଚାଲି ଆସିଥିଲେ। ପୁଅ ପାଇଁ ନିର୍ବାଚନ ପ୍ରଚାର କାର୍ୟ୍ୟରେ ସାମିଲ ହୋଇଥିବା ଅଭିଯୋଗ ଆସିବା ପରେ ସେ ଏହାର ସ୍ପଷ୍ଟୀକରଣ ଦେଇଥିଲେ । ସାମ୍ବିଧାନିକ ବ୍ୟବସ୍ଥାକୁ ସେ ଉଲ୍ଲଘଂନ କରିନଥିବା କହିବା ସହ ନିଜ ଗ୍ରାମକୁ ଯାଇ କିଛି ଦିନ କଟାଇଥିବା ପ୍ରକାଶ କରିଥିଲେ ।
ରାଜ୍ୟପାଳ ଭାବେ କାର୍ୟ୍ୟକାଳ ଶେଷ ହେବାର ଅବ୍ୟବହିତ ପୂର୍ବରୁ ସେ ରାଜ୍ୟର ଭୂୟସୀ ପ୍ରଶଂସା କରିଛନ୍ତି । ଓଡ଼ିଶା ଭାରତବର୍ଷର ସବୁଠାରୁ ଶାନ୍ତିପ୍ରିୟ ରାଜ୍ୟ ଓ ସେ ଏହାକୁ ବହୁତ ଭଲ ପାଆନ୍ତି ବୋଲି କହିଥିବା ନେଇ ତାଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories