www.samajalive.in
Monday, December 15, 2025
27.1 C
Bhubaneswar

ଦଶମ ମାଣିଆବନ୍ଧ ବୁଦ୍ଧ ମହୋତ୍ସବ ଉଦ୍‍ଯାପିତ

ବଡ଼ମ୍ବା: ପବିତ୍ର ବୁଦ୍ଧ ଜୟନ୍ତୀ ଅବସରରେ ମାଣିଆବନ୍ଧ ବୁଦ୍ଧ ବିହାର ପରିସରରେ ଗତ ୫ଦିନ ଧରି ଚାଲିଥିବା ଦଶମ ବୁଦ୍ଧ ମହୋତ୍ସବ ବୁଧବାର ବିଳମ୍ବିତ ରାତ୍ରିରେ ଉଦ୍‍ଯାପିତ ହୋଇଯାଇଛି। ଉଦ୍‍ଯାପନ ସଂଧ୍ୟାର ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ କଟକ ଜିଲାପରିଷଦ ଅଧ୍ୟକ୍ଷ କିଶୋରଚନ୍ଦ୍ର ମିଶ୍ର। ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ବଡ଼ମ୍ବା ତହସିଲଦାର ତପନକୁମାର ପରିଡ଼ା, ମାଣିଆବନ୍ଧ ବୌଦ୍ଧ ସଂଘର ସଭାପତି ଅରକ୍ଷିତ ଦେବତା, ସମ୍ପାଦକ ଅଜିତପ୍ରସାଦ ଚୌଧୁରୀ, ମହୋତ୍ସବ କମିଟିର ସଭାପତି ଚକ୍ରଧର ଦଳେଇ, ସଂଯୋଜକ ରବୀନ୍ଦ୍ରକୁମାର ସାହୁଙ୍କ ସମେତ ଆଖପାଖ ଅଞ୍ଚଳର ପଞ୍ଚାୟତ ପ୍ରତିନିଧିମାନେ ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଆଠଗଡ଼଼ ଉପଜିଲାପାଳ ହେମନ୍ତକୁମାର ସ୍ୱାଇଁ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବୁଦ୍ଧଙ୍କ ସହନଶୀଳତା ଓ ପରମ କାରୁଣିକ ଚରିତ୍ର ଉପରେ ବକ୍ତବ୍ୟ ରଖିବା ସହିତ ସନ୍ତାନମାନେ ନିଜ ପିତା ମାତାଙ୍କୁ ସମ୍ମାନ, ସେବା ଓ ସ୍ନେହ ଦେବାରେ କେବେବି ହେଳା ନକରିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷକ ସମୀରକୁମାର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ ସଂଧ୍ୟାରେ ରାଜ୍ୟର ପ୍ରତିଷ୍ଠିତ ଅନୁଷ୍ଠାନର କଳାକାରଙ୍କ ସମେତ ବଡ଼ମ୍ବା କଳାତୀର୍ଥ ଅନୁଷ୍ଠାନର ଅଧ୍ୟକ୍ଷ ମନୋରଞ୍ଜନ ମହାନ୍ତିଙ୍କ ପରିଚାଳନାରେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ। ମହୋତ୍ସବ ଅବସରରେ ଆୟୋଜକଙ୍କ ତରଫରୁ ଏକ ରକ୍ତଦାନ ଶିବିର କରାଯାଇଥିବା ବେଳେ ପ୍ରତ୍ୟେକ ସଂଧ୍ୟାରେ ହଜାରହଜାର ଦର୍ଶକଙ୍କ ସମାଗମ ଉତ୍ସବରେ ଦେଖିବାକୁ ମିଳିଥିଲା। ମହାମାରୀ କରୋନା କାରଣରୁ ଗତ ଦୁଇବର୍ଷ ଧରି ବନ୍ଦ ଥିବା ଏହି ରାଜ୍ୟସ୍ତରୀୟ ମହୋତ୍ସବ ଚଳିତବର୍ଷ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories