www.samajalive.in
Tuesday, December 9, 2025
15.1 C
Bhubaneswar

୨୦୨୨-୨୩ ବଜେଟ୍‍ ; ଡାକଘର ପାଇଁ ବଡ ଘୋଷଣା

ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ୨ୟ ଥର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ବଜେଟ୍‍ ଉପସ୍ଥାପନ କରିଛନ୍ତି। ବଜେଟ୍‍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଡାକଘର ଡିଜିଟାଲ ସେବା ଉପରେ ଗୁରୁତ୍ୱ ଦିଆଯିବ। ଡାକଘର ସମ୍ପୂର୍ଣ୍ଣ ରୂପେ ଡିଜିଟାଲ ହେବ। ଅର୍ଥମନ୍ତ୍ରୀ କହିଛନ୍ତି, ୧.୫ ଲକ୍ଷ ଡାକଘରରେ ୧୦୦ ପ୍ରତିଶତ କୋର୍‍ ବ୍ୟାଙ୍କିଙ୍ଗ ପ୍ରଣାଳୀ ପର୍ଯ୍ୟାୟ ଭୂକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଡାକଘରେ ଏଣିକି ଏଟିଏମ ରହିବ। ଏହା ବ୍ୟତୀତ ନେଟ୍‍ ବ୍ୟାଙ୍କିଙ୍ଗ, ମୋବାଇଲ ବ୍ୟାଙ୍କିଙ୍ଗ, ଏଟିଏମ ମାଧ୍ୟମରେ ଆକାଉଣ୍ଟରେ ପହଞ୍ଚାଯିବ। ଡାକଘର ଖାତା ଓ ବ୍ୟାଙ୍କ ଖାତା ମଧ୍ୟରେ ଟଙ୍କା ଅନଲାଇନ ମାଧ୍ୟରେ ପଠାଯାଇପାରିବ।
ଏଭଳି ନିଷ୍ପତ୍ତିି ଦ୍ୱାରା ବରିଷ୍ଠ ନାଗରିକ ଓ କୃଷକମାନେ ବେଶ ଉପକୃତ ହେବେ । ଫଳରେ ବରିଷ୍ଠ ନାଗରିକ ବ୍ୟାଙ୍କରେ ଧାଡିରେ ଠିଆ ହେବାକୁ ପଡିବ ନାହିଁ। ଏହାସହ ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ପୋଷ୍ଟାଲ ମାଧ୍ୟମରେ ଆସୁଥିବାରୁ ସେମାନେ ପୋଷ୍ଟାଲ ଖାତାରୁ ବ୍ୟାଙ୍କ ଖାତାକୁ ସିଧାସଳଖ ସ୍ଥାନାନ୍ତର କରିପାରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories