www.samajalive.in
Saturday, December 13, 2025
27.1 C
Bhubaneswar

କଲମପୁର ବ୍ଲକରେ ଗଡିଲା ବିଜୁ ସ୍ୱାସ୍ଥ୍ୟ ଯୋଜନା ପ୍ରଚାର ରଥ

କଲମପୁର :  ସ୍ୱାସ୍ଥ୍ୟ ହିଁ ସମ୍ପଦ।”ପ୍ରତେକ ଜୀବନ ମୂଲ୍ୟବାନ “ଏହି ନୀତି ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ୱ ଦେଇଛନ୍ତି,ଏବଂ ତଦନୁସାରେ ରାଜ୍ୟର ଜନସାଧାରଣ ଙ୍କ ନିମନ୍ତେ ଯୋଜନା ପ୍ରଣୟନ କରାଯାଇଛି।ଲୋକ ମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ସହ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ପରିବାରମାନଙ୍କ ର ସ୍ୱାସ୍ଥ୍ୟ କୁ ସୁରକ୍ଷିତ କରିବା ନିମନ୍ତେ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା “ଏକ ଯୁଗାନ୍ତ କାରି ପଦକ୍ଷେପ। ଏହି ଯୋଜନାରେ ମାଗଣାରେ ଯଥା – ଔଷଧ, ରୋଗ ନିରୂପଣ, ଅସ୍ତ୍ରଉପଚାର, ଆଇ୍.ସି.ୟୁ ଆନ୍ତଃ ବିଭାଗରେ ରୋଗୀ ସେବା ଇତ୍ୟାଦି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ସମସ୍ତ ସରକାରୀ ମେଡିକାଲ କଲେଜ ଓ ସରକାରୀ ବ୍ଲଡ ବ୍ୟାଙ୍କ ସହିତ ସମସ୍ତ ସରକାରୀ ଚିକିତ୍ସାଲୟ ରେ ଏହି ସୁବିଧା ପାଇ ପାରିବେ। ଏଥିରେ ସ୍ୱାସ୍ଥ୍ୟ କାର୍ଡ ଧାରୀ ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କା ମାଗଣା ଚିକିତ୍ସା ଓ ମହିଳା ଙ୍କ ଚିକିତ୍ସା ପାଇଁ ଅତିରିକ୍ତ ୫ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ମାଗଣା ପାଇଁ ବ୍ୟବସ୍ଥା ଅଛି। ତେଣୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବହୁଳ ଭାବରେ ପ୍ରଚାର ଓ ପ୍ରସାର କରିବା ପାଇଁ  କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସୋମବାର ଠାରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପ୍ରଚାର ରଥ ଚାଲିବ।
ଏହି ରଥ କୁ ପୂଜାର୍ଚ୍ଚନା ଓ ପ୍ରଦୀପ ପ୍ରଜଳନ କରି କଲମପୁର  ବି.ଡି.ଓ ପ୍ରସନ୍ନ କୁମାର ପଟେଲ  ଏବଂ ତହସିଲଦାର କରିଶ୍ମା ବେଶ୍ରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପ୍ରଚାର ରଥ ବ୍ଲକର ୧୧ ଗୋଟି ଗ୍ରାମପଞ୍ଚାୟତ ର ୫୫ ଗୋଟି ରାଜସ୍ୱ ଗ୍ରାମ ର ପ୍ରତ୍ୟେକ ପଡ଼ାକୁ ଯାଇ ଡ଼ାକବାଜି ଯନ୍ତ୍ର ଓ ଗ୍ରାମରେ ଅଙ୍ଗନୱାଡ଼ି କର୍ମୀ ,ଆଶା କର୍ମୀ ଙ୍କ ନେତୃତ୍ୱ ରେ ସଭା କରି ଲୋକଙ୍କ ପାଖରେ ସୂଚନା ପ୍ରଦାନ କରିବ। ଏହି ଶୁଭାରମ୍ଭ କାର୍ଯକ୍ରମ ରେ ବି.ଡି.ଓ ଶ୍ରୀ ପଟେଲଙ୍କ ସମେତ ତହସିଲଦାର ସୁଶ୍ରୀ ବେଶ୍ରା କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା.ଶିବାଶିଷ ସ୍ବାଇଁ, ଡ଼ା.ସମ୍ବିତ କୁମାର ମହାନ୍ତି ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ହେମନ୍ତ କୁମାର ଶଗଡ଼ିଆ ପ୍ରମୁଖ ଉପସ୍ଥିତି ରେ ଏହି ପ୍ରଚାର ରଥ ର ଶୁଭାରମ୍ଭ କରାଯାଇଥିଲା। ଏଥିରେ କଲମପୁର ବ୍ଲକ ର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀ ବୃନ୍ଦ ଉପସ୍ଥିତ ରହିଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories