www.samajalive.in
Saturday, December 13, 2025
23.1 C
Bhubaneswar

ଆଜି ସ୍ମାର୍ଟ ହେଲ୍‌ଥ କାର୍ଡ ଶୁଭାରମ୍ଭ

ଭୁବନେଶ୍ୱର : ଆଦିବାସୀ ଅଧ୍ୟୁସିତ ମାଲକାନଗିରି ଜିଲାରୁ ଶୁକ୍ରବାର ଆରମ୍ଭ ହେବ ସ୍ମାର୍ଟ ହେଲ୍‍ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରୁ ଏହାର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀଙ୍କ ମାଓ ପ୍ରଭାବିତ ମାଲକାନଗିରି ଗସ୍ତ ନେଇ ପ୍ରଶାସନ, ପୁଲିସ ପ୍ରଶାସନ ଓ ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ ଲାଗୁ କରାଯାଇ ରାଜ୍ୟର ସାଢ଼େ ତିନି କୋଟି ଲୋକଙ୍କୁ
ସ୍ମାର୍ଟ ହେଲ୍‍ଥ କାର୍ଡ ପ୍ରଦାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଶୁକ୍ରବାର ପୂର୍ବାହ୍ନ ୯ଟା ୧୫ରେ ହେଲିକପ୍ଟର ଯୋଗେ ମାଲକାନଗିରି ଗସ୍ତ କରିବେ ନବୀନ। ସେଠାରେ କେତେକ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିବେ।
ମୁଖ୍ୟମନ୍ତ୍ରୀ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ ମନ୍ତ୍ରୀ ଏବଂ ବିଭିନ୍ନ ନିଗମ ଓ ସରକାରୀ ସଂସ୍ଥାର ଅଧ୍ୟକ୍ଷ ଓ ଉପଦେଷ୍ଟାମାନେ ଗାଁ ଗାଁ ବୁଲି ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବେ। ୨୩ ତାରିଖ ପର୍ଯ୍ୟନ୍ତ ସେମାନେ ମାଲକାନଗିରିରେ ରହି ଏହି କାର୍ଯ୍ୟକ୍ରମ ଚଳାଇବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି। ପରବର୍ତ୍ତୀ ପର୍ଯ୍ୟାୟରେ କୋରାପୁଟ, ଗଜପତି, ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲାରେ ସ୍ମାର୍ଟ ହେଲ୍‍ଥ କାର୍ଡ ବଣ୍ଟନ ନେଇ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ଦଳ ପକ୍ଷରୁ କୁହାଯାଇଛି।

Hot this week

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

Related Articles

Popular Categories