www.samajalive.in
Friday, December 5, 2025
20.1 C
Bhubaneswar

ବିଏସ୍‌ଏଫ୍‌ ଯବାନଙ୍କୁ ଭାରତକୁ ହସ୍ତାନ୍ତର କଲା ପାକିସ୍ତାନ, ୩ ସପ୍ତାହ ହେଲା ଅଟକ ରଖିଥିଲା

ନୂଆଦିଲ୍ଲୀ: ଭାରତ ଫେରିଲେ ପାକିସ୍ତାନରେ ଅଟକ ଥିବା ବିଏସ୍‌ଏଫ୍‌ ଯବାନ। ବିଏସଏଫ କନଷ୍ଟେବଳ ପୂର୍ଣ୍ଣମ ଶ’ଙ୍କୁ ପ୍ରାୟ ୩ ସପ୍ତାହ ପରେ ଛାଡ଼ିଲା ପାକିସ୍ତାନ। ଭୁଲ୍‌ବଶତଃ ସୀମା ପାର୍‌ କରିଥିବାରୁ ପାକିସ୍ତାନ ତାଙ୍କୁ ଅଟକ ରଖିଥିଲା। ଏପ୍ରିଲ ୨୩ ତାରିଖରେ ପଞ୍ଜାବର ଅଟାରୀ ସୀମାରେ ପାକ୍‌ ରେଞ୍ଜରମାନଙ୍କ ଦ୍ୱାରା ଧରାପଡ଼ିଥିବା ବିଏସଏଫ ଯବାନ ପୂର୍ଣ୍ଣମ ଶ’ଙ୍କୁ ପାକିସ୍ତାନ ବୁଧବାର ଭାରତକୁ ହସ୍ତାନ୍ତର କରିଛି। ଅଟାରୀ-ଓ୍ବାଘା ସୀମା ଦେଇ ସେ ଭାରତ ଫେରିଥିବା ସ୍ପଷ୍ଟ କରିଛି ବିଏସଏଫ।

ସୂଚନା ମୁତାବକ, ପୂର୍ଣ୍ଣମ ଭାରତ-ପାକିସ୍ତାନ ସୀମା ନିକଟସ୍ଥ ଏକ କ୍ଷେତ ନିକଟରେ ଡ୍ୟୁଟିରେ ଥିଲେ। ନିୟମିତ ଗତିବିଧି ସମୟରେ ଭୁଲ୍‌ବଶତଃ ସେ ଭାରତୀୟ ସୀମା ବାଡ଼ ପାର କରି ପାକିସ୍ତାନ ଅଞ୍ଚଳରେ ପ୍ରବେଶ କରିଥିଲେ, ଯେଉଁଠାରେ ପାକିସ୍ତାନ ରେଞ୍ଜରମାନେ ତାଙ୍କୁ ଅଟକ ରଖିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories