www.samajalive.in
Saturday, December 6, 2025
23.1 C
Bhubaneswar

କୋଟିଏ ଟଙ୍କାର ଧଳାଜହର ଜବତ : ୬ଗିରଫ

କଟକ : ଲୁଚାଛପାରେ କୋଟିକୋଟି ଟଙ୍କାର ଧଳାଜହର କାରବାର କରିଆସୁଥିବା ଏକ ଆନ୍ତଃରାଜ୍ୟ ନିଶା କାରବାର ଦଳର ୬ଜଣ ସଦସ୍ୟଙ୍କୁ ଲାଲବାଗ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଜଗତସିଂହପୁର କୁଜଙ୍ଗର ଦେବାଶିଷ ଦାସ ଓରଫ ସନିଆ(୨୩), ନୂଆଗାଁର ଉଲ୍ଲାସ ଚନ୍ଦ୍ର ଦାସ (୪୫), ଲାରା ଭୋଇ ଓରଫ ବାଘା(୨୫), ମୁନା ସାହୁ ଓରଫ କୁନା(୩୧), ନିମାପଡ଼ାର ଚତୁର୍ଭୁଜ ବାରିକ ଓରଫ ଟିକିନା(୨୭), ସାହେବଜାଦା ବଜାରର ମାନସ ଚାନ୍ଦ ଓରଫ ରାହୁଲ(୨୬)। ଜବତ ଧଳାଜହରର ମୂଲ୍ୟ ୧କୋଟି ଟଙ୍କାରୁ ଅଧିକ ହେବ ବୋଲି କଟକ-ଭୁବନେଶ୍ବର ପୁଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।
ରବିବାର ଅପରାହ୍ଣରେ ଜଗତସିଂହପୁର ଓ ପୁରୀ ଅଞ୍ଚଳର କେତେଜଣ ନିଶା ମାଫିଆ ରାଧାନାଥ ଟ୍ରେନିଂମହାବିଦ୍ୟାଳୟ ପଛପଟେ ଏକାଠି ହୋଇ ସ୍ଥାନୀୟ ଅଞ୍ଚଳର ନିଶା ବେପାରୀଙ୍କ ସହିତ ଧଳାଜହର କାରବାର କରୁଥିଲେ।
ଖବର ପାଇବା ପରେ ଲାଲବାଗ ଥାନାର ଇନ୍ସପେକ୍ଟର ରବିନାରାୟଣ ଭଞ୍ଜଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀମାନେ ସାଦା ପୋଷାକରେ ସେଠାରେ ପହଞ୍ଚି ଲୁଚି ରହିଥିଲେ। ସେହି ସମୟରେ ଅନ୍ୟ ୨ ନିଶାମାଫିଆ ଦୁଇଟି ବାଇକରେ ଆସି ସେଠାରେ ପହଞ୍ଚିଥିଲେ।
ସେମାନଙ୍କ ମଧ୍ୟରେ ନିଶାଦ୍ରବ୍ୟ କାରବାର ହେଉଥିଲା ବେଳେ ଲୁଚି ରହିଥିବା ପୁଲିସ ଦଳ ଅତର୍କିତ ଚଢଉ କରିଥିଲା। ପୁଲିସ ୬ ଅଭିଯୁକ୍ତଙ୍କୁ କାବୁ କରିନେଇଥିଲା। ଯାଞ୍ଚ ପରେ ସେମାନଙ୍କ ପାଖରୁ ୬ ପ୍ୟାକେଟ ଧଳାଜହର ମିଳିଥିଲା। ସେଥିରେ ମୋଟ ୧କିଲୋ ୧୫୯ ଗ୍ରାମ ଧଳାଜହର ରହିଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୧୦ ଲକ୍ଷ ୫୯ ହଜାର ଟଙ୍କା ହେବ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories