ସାପମାନଙ୍କର ଯମରାଜ ହେଉଛନ୍ତି ଏହି ୭ଟି ପକ୍ଷୀ

ସାପମାନଙ୍କର ଯମରାଜ ହେଉଛନ୍ତି ଏହି ୭ଟି ପକ୍ଷୀ
ସାପମାନଙ୍କ ବିଷକୁ ଅଧିକାଂଶଙ୍କ ଡର । ଏହି ଡରରେ ଅନେକ ବିଷହୀନ ସାପଙ୍କୁ ଲୋକମାନେ ମାରି ପକାଇ ଥାଆନ୍ତି । ଜଙ୍ଗଲରେ ମଧ୍ୟ ଅନେକ ପଶୁ ପକ୍ଷୀ ଏମାନଙ୍କର ଶିକାର କରନ୍ତି । ଲୋକମାନଙ୍କ ମଧ୍ୟରେ ସାପର ଡର ସବୁଠାରୁ ଅଧିକ । ସାପ ଦେଖିଲାମାତ୍ରେ ଦୂରକୁ ଭୟରେ ପଳାନ୍ତି । କେବଳ ସେତିକି ନୁହେଁ ଅନେକ ରାତିରେ ଡରରେ ସାପର ନାଁ ବି ଧରନ୍ତି ନାହିଁ ।

ମାତ୍ର ଏପିର କିଛି ପକ୍ଷୀ ଅଛନ୍ତି ଯେଉଁମାନେ ଆଖି ପିଛୁଳାକେ ସାପମାନଙ୍କର ଶିକାର କରନ୍ତି ।

ବ୍ରାଉନ୍‌ ସ୍ନେକ ଇଗଲ୍‌ – ଏହା ସାପମାନଙ୍କ ଶିକାରୀ । ଆଖି ପିଛୁଳାକେ ବିଷଧର ସାପଙ୍କୁ ବି ନିଜ ପଞ୍ଝାରେ ଉଠାଇ ନେଇ ଶିକାର କରିଥାଏ । ଏବି ଜୀବନ୍ତ ସାପଙ୍କୁ ବି ଗିଳି ଦେଇ ଥାଏ ।

ସେକ୍ରେଟାରୀ ବାର୍ଡ – ଏହି ଆଫ୍ରିକାର ଏକ ଶିକାରି ପକ୍ଷୀ । ନିଜ ଶରୀର ୫ ଗୁଣ ବଳ ସହ ସାପଙ୍କ ଉପରେ ଆକ୍ରମଣ କରିଥାଏ ।

ଗ୍ରେ ବ୍ଲୁ ହୈରୋନ୍‌ – ଏହା ବଗ ଜାତୀୟ । ଓଡିଆରେ ନୀଳ ବର୍ଣ୍ଣ ବଗ ବି କହି ହେବ । ଉତ୍ତର ଆମେରିକାର ଏହି ପ୍ରଜାତିର ବଗ ଦେଖା ଯାଆନ୍ତି । ଏମାନେ ସାପଙ୍କ ଶିକାର କରି ସେମାନଙ୍କୁ ଖାଇ ଥାଆନ୍ତି ।

ଲାଫିଙ୍ଗ ଫାଲକନ୍‌ – ଆମେରିକାରେ ଦେଖାଯାଉଥିବା ଏହି ପକ୍ଷୀ ମଣିଷ ହସିବା ପରି ଶଦ୍ଦ କରିଥାଏ । ଏହି ପକ୍ଷୀ ସାପମାନଙ୍କର ଶିକାର କରିଥାଏ ।

ରେଡ୍‌ ଥାଇଲାଣ୍ଡ ହକ୍‌ – ଏହି ଜାତୀୟ ପକ୍ଷୀ ବିଶ୍ୱର ଅନେକ ସ୍ଥାନରେ ଦେଖା ଯାଇଥାଆନ୍ତି । ଏମାନେ ସାପଙ୍କ ଶିକାର କରିଥାଆନ୍ତି ।

ଉତ୍ତର ଆମେରିକାର ପେଚା ସାପର ଶିକାର କରିଥାଏ ।

ଭାରତ ସହ ବିଶ୍ୱର ଅନେକ ସ୍ଥାନରେ ମୟୁର ସାପଙ୍କ ଶିକାର କରିଥାଏ ।

Comments are closed.