www.samajalive.in
Sunday, December 7, 2025
23.1 C
Bhubaneswar

ବାୟୁ ପ୍ରଦୂଷଣରେ ନବାଳିକାର ମୃତ୍ୟୁ, ସାତ ବର୍ଷ ପରେ ପରିବାରକୁ ମିଳିଲା ନ୍ୟାୟ

ବାୟୁ ପ୍ରଦୂଷଣରେ ବ୍ରିଟେନର ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ବ୍ରିଟନ ନ୍ୟାୟଳୟ ସ୍ବୀକାର କରିଛି। ଏହା ବ୍ରିଟିନ ନୁହିଁ ବିଶ୍ବର ପ୍ରଥମା ଏପରି ମାମଲା ଯେଉଁଥିରେ ଏକ ନାବାଳିକାର ମୃତ୍ୟୁର କରାଣ ବାୟୁ ପ୍ରଦୂଷଣ ବୋଲି କୁହାଯାଇଛି। ମୃତ୍ୟୁ ଘଟିଥିବା ଝିଅଟିର ନାମ ଏଲା କେସି ଦେବରା।  ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିଥିବା କର୍ତ୍ତୃପକ୍ଷ ଏହା ମଧ୍ୟ କହିଛନ୍ତି ଯେ, ମୃତ୍ୟୁର କାରଣ ହେଉଛି ଶ୍ୱାସକ୍ରିୟାରେ ବିଫଳତା, ଆଜମା ଏବଂ ବାୟୁ ପ୍ରଦୂଷଣ।

ଉକ୍ତ ନାବାଳିକାର ମୃତ୍ୟୁ ୨୦୧୩ରେ ଘଟିଥିଲା। ତାଙ୍କ ଘର ନିକଟରେ ଯାତାୟାତ ହେତୁ ଲଗାତାର ତିନି ବର୍ଷ ମଧ୍ୟରେ ପ୍ରଦୂଷଣ ମାତ୍ରା ଅଧିକ ହୋଇଯାଇଥିଲା। ଏହି ମାମଲାର ଶୁଣାଣି କରି ଜଜ୍ କହିଛନ୍ତି ଯେ, ଏଲାଙ୍କ ମୃତ୍ୟୁର ଅନ୍ୟତମ କାରଣ ହେଉଛି ପ୍ରଦୂଷିତ ବାୟୁ। ଏଲା କ୍ରମାଗତ ଭାବରେ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ସଂସ୍ପର୍ଶରେ ଆସିଥିବାରୁ ମୃତ୍ୟୁ ଘଟିଥିବା କୋର୍ଟ ସ୍ବୀକାର କରିଛି।

- Advertisement -

ତେବେ ଏଲାଙ୍କ ମାତା ରୋଜାମୁଣ୍ଡ, ବହୁ ପୂର୍ବରୁ ବାୟୁ ପ୍ରଦୂଷଣକୁ ନେଇ କୋର୍ଟରେ ପ୍ରମାଣ ଉପସ୍ଥାପନ କରିଥିଲେ। ସେ କହିଛନ୍ତି ଯେ ବାୟୁ ପ୍ରଦୂଷଣ ହେତୁ ଏଲାଙ୍କୁ ୨୮ ଥର ଡାକ୍ତରଖାନା ନିଆଯାଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ୨୦୧୬ ମସିହାରେ ବାୟୁ ପ୍ରଦୂଷଣ ଯୋଗୁଁ ୬ ଲକ୍ଷରୁ ଅଧିକ ଶିଶୁ ପ୍ରାଣ ହରାଇଛନ୍ତି। ଏଥି ସହିତ ବିଶ୍ବରର ଅଧାରୁ ଅଧିକ ଦେଶରେ ବାୟୁ ପ୍ରଦୂଷଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିସଂଖ୍ୟାନ ନାହିଁ।

କୋର୍ଟଙ୍କ ନିଷ୍ପତ୍ତିରେ ଏଲାଙ୍କ ମା କହିଛନ୍ତି ଯେ, ତାଙ୍କ ଝିଅର ମୃତ୍ୟୁର ପ୍ରକୃତ କାରଣ ପାଇଁ ସେ ଗତ ସାତ ବର୍ଷ ଧରି ଲଢୁ ଥିଲେ। ସର୍ବଶେଷରେ, ସେ ନ୍ୟାୟ ପାଇଲେ ଏବଂ ବାୟୁ ପ୍ରଦୂଷଣ ଯୋଗୁଁ ତାଙ୍କ ଝିଅର ମୃତ୍ୟୁ ହୋଇଥିବା କୋର୍ଟ ସ୍ୱୀକାର କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories