www.samajalive.in
Saturday, December 6, 2025
16.1 C
Bhubaneswar

ବ୍ରିଟେନ ରାଜା ଚାର୍ଲ୍ସ ତୃତୀୟଙ୍କୁ କ୍ୟାନ୍ସର; ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବ୍ରିଟେନ ରାଜା ଚାର୍ଲ୍ସ ତୃତୀୟ କର୍କଟ ରୋଗରେ ପୀଡ଼ିତ। ସୋମବାର ବଙ୍କିମହାମ ପ୍ୟାଲେସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ୭୫ବର୍ଷୀୟ ଚାର୍ଲ୍ସ ତୃତୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡ଼ିଛି। ଏହି ଖବର ଜଣାପଡ଼ିବା ପରେ ଅନେକ ବିଶ୍ବ ନେତା ତାଙ୍କ ଆରୋଗ୍ୟ କାମନା କରିଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ ରାଜା ଚାର୍ଲ୍ସ ତୃତୀୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ‘‘ମୁଁ ଭାରତର ଜନସାଧାରଣଙ୍କ ସହ ରାଜା ଚାର୍ଲ୍ସ ତୃତୀୟଙ୍କ ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି।’’

- Advertisement -


ପ୍ୟାଲେସ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି, ରାଜା ଚାର୍ଲ୍ସ କର୍କଟରେ ପୀଡିତ। ତାଙ୍କ ଚିକିତ୍ସା ଆରମ୍ଭ ହୋଇଯାଇଛି। କିଙ୍ଗ ଚାର୍ଲ୍ସଙ୍କ ସମସ୍ତ ସାଧାରଣ ବୈଠକ ସ୍ଥଗିତ ରଖାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଗତ ମାସ ରାଜାଙ୍କ ପ୍ରୋଷ୍ଟେଟ ସର୍ଜରୀ ହୋଇଥିଲା। ପରୀକ୍ଷା ନୀରିକ୍ଷା ସମୟରେ ସେ କ୍ୟାନ୍‌ସରରେ ପୀଡ଼ିତ ଥିବା ଜଣାପଡ଼ିଥିଲା।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories