www.samajalive.in
Wednesday, December 10, 2025
16.1 C
Bhubaneswar

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ; ୭ ମୃତ, ୬୦ରୁ ଅଧିକ ଆହତ

ହରଦା: ମଧ୍ୟପ୍ରଦେଶର ହରଦାସ୍ଥିତ ବୈରାଗଡ଼ରେ ଥିବା ବାଣ କାରଖାନାରେ ମଙ୍ଗଳବାର ସକାଳେ ଭୟଙ୍କର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ କାରଣରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ। କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବିସ୍ଫୋରଣ ଖୁବ ଜୋର୍‌‌ରେ ଥିବାରୁ ନିକଟରେ ଥିବା ଅଟ୍ଟାଳିକାରେ ମଧ୍ୟ କମ୍ପନ ସୃଷ୍ଟି ହୋଇଥିଲା। କିିଛି ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ଜଣାପଡିଛି। ନିଆଁ ଲାଗିବା ପରେ ଅନେକ ଘରକୁ ନିଆଁ ବ୍ୟାପି ଯାଇଥିଲା। ଖବର ପାଇବା ମାତ୍ରେ ଅଗ୍ନିଶମ କର୍ମଚାରୀ, ପୁଲିସ ଓ ଉଦ୍ଧାରକାରୀ ଟିମ୍‌‌, ଆମ୍ବୁଲାନ୍ସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ନିଆଁ ଲିଭା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏହି ଅଘଟଣ ପରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏକ ଜରୁରୀ ବୈଠକ ଡାକିଛନ୍ତି। ଏହା ବ୍ୟତୀତ ମନ୍ତ୍ରୀ ଉଦୟ ପ୍ରତାପ ସିଂଙ୍କ ସହ ବରିଷ୍ଠ ଅଧିକାରୀମାନଙ୍କୁ ହରଦା ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଘଟଣରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି। ଏଥିସହ ସରକାର ତାଙ୍କ ପରିବାରର ଦାୟିତ୍ୱ ବହନ କରିବେ ବୋଲି କହିଛନ୍ତି। ସେମାନଙ୍କ ପିଲାମାନଙ୍କର ଶିକ୍ଷା ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ।

- Advertisement -

ଏଠାରେ ପ୍ରାୟ ୧୧ରୁ ୧୫ ବିସ୍ଫୋରଣ ଘଟିଛି। ବାଣ କାରଖାନାରେ ପ୍ରବଳ ବିସ୍ଫୋରଣ ପରେ ଅନେକ କିଲୋମିଟର ପର୍ଯ୍ୟନ୍ତ ଭୂକମ୍ପ ଭଳି କମ୍ପନ ଅନୁଭୂତ ହୋଇଥିଲା। ଅଗ୍ନିଶମ ବାହିନୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି।

ସୂଚନା ଯୋଗ୍ୟ, ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପ୍ରଶାସନିକ ଏବଂ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚିଥିଲେ। ବିସ୍ଫୋରଣର କ୍ରମ ବନ୍ଦ ହେଉନଥିବା ଫଳରେ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଉଛି। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଉଛି। ଅଗ୍ନିକାଣ୍ଡ ସମୟରେ କାରଖାନାରେ ୩୦ ରୁ ଅଧିକ ଶ୍ରମିକ କାମ କରୁଥିଲେ। ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ ଆହତ ଓ ମୃତମାନଙ୍କ ମଧ୍ୟରେ ଶିଶୁ ଓ ମହିଳା ଥାଇପାରନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories