www.samajalive.in
Saturday, December 6, 2025
15.1 C
Bhubaneswar

ଲକଡାଉନରେ ବିବାହ କରି ହଟହଟା; ୨ ଦିନ ପରେ କନ୍ୟା କରୋନା ପଜିଟିଭ, ବର ସମେତ ୩୨ କ୍ବାରେଣ୍ଟାଇନରେ

ଭୋପାଳ: ଦେଶରେ କରୋନା ଭୂତାଣୁ ଯୋଗୁ ଲକ୍‌ଡାଉନ ଲାଗୁ କରାଯାଇଛି। ଏହି ସମୟରେ ମଧ୍ୟରେ ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ କରାଯାଇଥିବାବେଳେ ବିବାହ ଓ ଅନ୍ୟାନ୍ୟ ଉତ୍ସବ ପାଇଁ କିଛି ନିୟମ ଧାର୍ଯ୍ୟ କରାଯାଇଛି। ଏହାକୁ ଆଧାର କରି ଦେଶର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ ସମୟରେ ନିରାଡ଼ମ୍ବର ଭାବେ ବିବାହ ଉତ୍ସବ ଆୟୋଜନ ହେଉଛି। ତେବେ ଏହି ଲକ୍‌ଡାଉନ ବିବାହ କରି ମଧ୍ୟପ୍ରଦେଶରେ ଏକ ବରକନ୍ୟା ଯୋଡ଼ି ଏବଂ ତାଙ୍କର ପରିବାର ହଟହଟା ହୋଇଛନ୍ତି। କାରଣ ବିବାହର ୨ ଦିନ ପରେ କନ୍ୟାଙ୍କଠାରେ କରୋନା ପଜିଟିଭ୍‌ ବାହାରିଛି। ଏହି ଘଟଣା ପରେ କନ୍ୟାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ବର ଏବଂ ଉଭୟ ପରିବାରର ୩୨ ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି।

ସୂଚନା ଅନୁସା​‌ରେ, ଗତ ସୋମବାର ଯୁବତୀ ଜଣକ ବିବାହ କରିଥିଲେ। ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ୭ ଦିନ ତଳେ ଯୁବତୀଙ୍କୁ ଜ୍ଵର ହୋଇଥିଲା। ଔଷଧ ସେବନ ପରେ ବି ଜ୍ଵର ଭଲ ହୋଇ ନ ଥିଲା। ଶନିବାର ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହା ଭିତରେ ସୋମବାର ଦିନ ତାଙ୍କର ବିବାହ ହୋଇଯାଇଥିଲା। ୨ ଦିନ ପରେ ଅର୍ଥାତ ବୁଧବାର ଦିନ ବାପଘର ଲୋକ ଝିଅକୁ ଫୋନ କରି ତା’ର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିବା କହିଥିଲେ। ଏହା ପରେ ପ୍ରଶାସନ ପକ୍ଷରୁ ଉଭୟ ପରିବାରଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories