www.samajalive.in
Saturday, December 6, 2025
15.1 C
Bhubaneswar

୨୫ରୁ ଘରୋଇ ବିମାନ ସେବା: ବିମାନଯାତ୍ରୀଙ୍କ ପାଇଁ ଏସଓପି ଜାରି- ଜାଣନ୍ତୁ, କ’ଣ ରହିଛି ନିୟମ ?

ନୂଆଦିଲ୍ଲୀ: ଆସନ୍ତା ୨୫ ତାରିଖରୁ ଦେଶରେ ଘରୋଇ ବିମାନ ଉଡ଼ାଣ ସେବା ଆରମ୍ଭ ହେବ। ତେଣୁ କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଏଆରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ) ପକ୍ଷରୁ ବିମାନଯାତ୍ରୀଙ୍କ ଲାଗି ଏସଓପି ଜାରି କରାଯାଇଛି। ଏସଓପିରେ କି ନିୟମ ରହିଛି ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।

- Advertisement -

୧- ୧୪ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍‌ ବାଧ୍ୟତାମୂଳକ ନୁହେଁ।

୨- ସମସ୍ତ ଯାତ୍ରୀଙ୍କୁ ସ୍କ୍ରିନିଂ କରିବାକୁ ପଡ଼ିବ। ଯାତ୍ରୀଙ୍କ ଆରୋଗ୍ୟ ସେତୁ ଆପ୍‌ରେ ସବୁଜ ରଙ୍ଗର ଚିହ୍ନ ଦେଖାଯାଉଥିବ। ଯଦି ଏପରି ହୋଇ ନ ଥିବ ତେବେ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ।

୩- ଯାତ୍ରୀମାନେ ବିମାନବନ୍ଦର ଟର୍ମିନାଲରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ଥର୍ମାଲ ସ୍କ୍ରିନିଂ ହେଉଥିବା ସ୍ଥାନ ଦେଇ ଯିବା ବାଧ୍ୟତାମୂଳକ।

୪- କରୋନା ଭୂତାଣୁକୁ ରୋକିବା ପାଇଁ ବିମାନବନ୍ଦର ପରିଚାଳକମାନଙ୍କୁ ଟର୍ମିନାଲରେ ପ୍ରବେଶ ପୂର୍ବରୁ ଯାତ୍ରୀମାନଙ୍କ ଲଗେଜ୍‌ ସଂକ୍ରମଣମୁକ୍ତ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ।

୫- ସମସ୍ତ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନକୁ ବିମାନବନ୍ଦର କର୍ମଚାରୀ ଏବଂ ଯାତ୍ରୀମାନଙ୍କ ପାଇଁ ପବ୍ଲିକ ଟ୍ରାନ୍ସପୋର୍ଟ ଏବଂ ଘରୋଇ ଟାକ୍ସି ଚଳାଚଳ ସୁନିଶ୍ଚିତ କରିବାକୁ କୁହାଯାଇଛି।

୬- ସିଆଇଏସଏଫ ଏବଂ ଟ୍ରାଫିକ ପୁଲିସକୁ ଟ୍ରାଫିକ ଏବଂ କାର୍‌ ପାର୍କିଂ ଉପରେ କଡ଼ା ନଜର ରଖିବା ସହିତ ସାମାଜିକ ଦୂରତା ପାଳନ ଉପରେ ଧ୍ୟାନ ଦେବାକୁ ନିର୍ଦେଶ ଦିଆଯାଇଛି।

୭- ଯାତ୍ରୀମାନଙ୍କୁ ୨ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ କୁହାଯାଇଛି। ଯେଉଁ ଯାତ୍ରୀମାନଙ୍କର ବିମାନ ଉଡ଼ାଣ ସମୟ ୪ ଘଣ୍ଟା ବାକି ରହିଥିବ କେବଳ ସେମାନଙ୍କୁ ହିଁ ବିମାନବନ୍ଦରରେ ପ୍ରବେଶ ଅନୁମତି ଦିଆଯିବ।

୮- ବିମାନବନ୍ଦର ଟର୍ମିନାଲ ସାମ୍ନାରେ ଭିଡ଼ ରହିବ ନାହିଁ। ସମସ୍ତଙ୍କୁ ୧ ମିଟର ସାମାଜିକ ଦୂରତା ବଜାୟ ରଖିବା ଉପରେ ଧ୍ୟାନ ଦେବାକୁ ପଡ଼ିବ।

୯- ବିମାନବନ୍ଦରରେ ଯାତ୍ରୀମାନଙ୍କୁ ସାମାଜିକ ଦୂରତା ରକ୍ଷା ସହିତ ମାସ୍କ ପିନ୍ଧିବା ଲାଗି ସଚେତନ କରାଇବାକୁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories