www.samajalive.in
Monday, December 8, 2025
24.1 C
Bhubaneswar

୨୪ ଘଣ୍ଟାରେ ୫୬୦୯ ସଂକ୍ରମିତ ଚିହ୍ନଟ, ୧୩୪ ରୋଗୀଙ୍କ ମୃତ୍ୟୁ: ଜାଣନ୍ତୁ, କେଉଁ ରାଜ୍ୟରେ କେତେ ଆକ୍ରାନ୍ତ ଓ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ଗୁରୁବାର ୧ ଲକ୍ଷ ୧୨ ହଜାର ୩୫୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ୫୬୦୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୩୪ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୩୪୩୫ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୪୫ ହଜାର ୩୦୦ ଜଣ ସୁସ୍ଥ ହୋଇଥିବାବେଳେ ୬୩ ହଜାର ୬୨୪ ଜଣ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଧୀରେ ଧୀରେ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି। ସୂଚନା ଅନୁସାରେ, ମହାରାଷ୍ଟ୍ରରେ କେବଳ ଦେଶର ଏକ ତୃତୀୟାଂଶରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ରାଜ୍ୟରେ ୩୯ ହଜାର ୨୯୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୩୯୦ ରୋଗୀ ପ୍ରାଣ ହରାଇଛନ୍ତି। ସେହିପରି ତାମିଲନାଡୁରେ ୨ୟ ସର୍ବାଧିକ ୧୩ ହଜାର ୧୯୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୮୮ ଜଣ ପ୍ରାଣ ହରାଇଛନ୍ତି। ଗୁଜରାଟରେ ୧୨ ହଜାର ୫୩୯ ଆକ୍ରାନ୍ତ ଓ ୭୪୯ ଜଣଙ୍କ ମୃତ୍ୟୁ ଘଟିଛି।

- Advertisement -

ରାଜ୍ୟ                 ସଂକ୍ରମିତ             ମୃତ

ମହାରାଷ୍ଟ୍ର                  ୩୯,୨୯୭               ୧୩୯୦

ତାମିଲନାଡୁ               ୧୩,୧୯୧                 ୮୮

ଗୁଜରାଟ                   ୧୨,୫୩୯               ୭୪୯

ଦିଲ୍ଲୀ                       ୧୧,୦୮୮               ୧୭୬

ରାଜସ୍ଥାନ                  ୬୦୧୫                  ୧୪୭

ମଧ୍ୟପ୍ରଦେଶ               ୫୭୩୫                  ୨୬୭

ଉତ୍ତରପ୍ରଦେଶ             ୫୧୭୫                  ୧୨୭

ପଶ୍ଚିମବଙ୍ଗ                ୩୧୦୩                   ୨୫୩

ଆନ୍ଧ୍ରପ୍ରଦେଶ               ୨୫୬୦                   ୫୩

ପଞ୍ଜାବ                     ୨୦୦୫                   ୩୮

ତେଲେଙ୍ଗାନା              ୧୬୬୧                   ୩୮

ବିହାର                     ୧୬୦୭                  ୯

କର୍ଣ୍ଣାଟକ                   ୧୪୬୨                   ୪୧

ଜାମ୍ମୁ-କାଶ୍ମୀର             ୧୩୯୦                   ୧୮

ଓଡ଼ିଶା                      ୧୧୦୩                   ୭

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories