ଭୁବନେଶ୍ଵର: ରାଜ୍ୟରେ ଗୁରୁବାର ଚିହ୍ନଟ ହୋଇଥିବା ୫୨ ନୂଆ କରୋନା ସଂକ୍ରମିତଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଏହି ସଂକ୍ରମିତମାନଙ୍କ ମଧ୍ୟରୁ ନୟାଗଡ଼ ଏବଂ କଳାହାଣ୍ଡି ଜିଲାର ୧୧ ଜଣ ଲେଖାଏ ରୋଗୀ ରହିଛନ୍ତି। ସେହିପରି ଗଞ୍ଜାମ ଜିଲାରୁ ୪, ଯାଜପୁର ଜିଲାରୁ ୫, କଟକ ଜିଲାରୁ ୯, ଜଗତସିଂହପୁର ଜିଲାରୁ ୨, ଅନୁଗୋଳ ଜିଲାରୁ ୨, ମୟୂରଭଞ୍ଜ ଜିଲାରୁ ୩, ସମ୍ବଲପୁର ଜିଲାରୁ ୨ ଏବଂ ମାଲକାନଗିରି ଓ ପୁରୀ ଜିଲାରୁ ଜଣେ ଲେଖାଏ ସଂକ୍ରମିତ ଠାବ ହୋଇଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟର ଗଞ୍ଜାମ ଜିଲାରେ ସର୍ବାଧିକ ୩୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଯାଜପୁର ଜିଲାରେ ୧୭୯, କଟକରେ ୪୫, ସମ୍ବଲପୁରରେ ୫, ମାଲକାନଗିରିରେ ୩, ପୁରୀରେ ୪୫, ଜଗତସିଂହପୁରରେ ୩୦, ବାଲେଶ୍ଵର ୧୨୨, ଖୋର୍ଦ୍ଧାରେ ୭୧, ଭଦ୍ରକରେ ୯୫, କଳାହାଣ୍ଡିରେ ୧୩, ମୟୂରଭଞ୍ଜରେ ୧୪ ଏବଂ ଅନୁଗୋଳ ଜିଲାରେ ୧୯ ଆକ୍ରାନ୍ତ ରହିଛନ୍ତି।



