www.samajalive.in
Saturday, December 6, 2025
15.1 C
Bhubaneswar

ଅମ୍ପନ ତାଣ୍ଡବ: ପଶ୍ଚିମବଙ୍ଗରେ ୭୨ ମୃତ, କଲକାତା ଧ୍ଵସ୍ତବିଧ୍ଵସ୍ତ- ଦେଖନ୍ତୁ ଫଟୋ ଓ ଭିଡିଓ

କଲକାତା: ବାତ୍ୟା ‘ଅମ୍ପନ’ର ତାଣ୍ଡବରେ ପଶ୍ଚିମବଙ୍ଗର ରାଜଧାନୀ କଲକାତା ଧ୍ଵସ୍ତବିଧ୍ଵସ୍ତ ହୋଇଯାଇଛି। ସହରର ପ୍ରାକୃତିକ ପରିବେଶ ଏକପ୍ରକାର ଛାରଖାର ହୋଇଯାଇଛି। ରାଜ୍ୟରେ ପ୍ରାୟ ୭୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିବାବେଳେ ବହୁ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅମ୍ପନକୁ କରୋନାଠାରୁ ଆହୁରି ଭୟଙ୍କର ବୋଲି କହିଛନ୍ତି। ରାଜ୍ୟରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ମମତା କହିଛନ୍ତି।

https://www.youtube.com/watch?v=TiuOL9SzXoc
ଅମ୍ପନ ଯୋଗୁ କଲକାତା ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଘଣ୍ଟା ପ୍ରତି ୧୮୫ କିଲୋମିଟର ବେଗରେ ପବନ ବହିଥିଲା। କଲକାତାରେ କାର୍‌ ଓ ଅନ୍ୟାନ୍ୟା ଗାଡ଼ିମୋଟର ପବନ ପ୍ରଭାବରେ ଓଲଟି ପଡ଼ିଥିବା ଦେଖିବାକୁ ମିଳିଥିଲା। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଏବେ ବି ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। କଲକାତା ବିମାନବନ୍ଦର ସମ୍ପୂର୍ଣ୍ଣ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଯାଇଥିବାବେଳେ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।

- Advertisement -

   

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories