ବ୍ରେଡ୍ ଇଡଲି
ଆବଶ୍ୟକ ସାମଗ୍ରୀ:
ପାଉଁରୁଟି- ୮ରୁ ୧୦ଟି
ସୁଜି- ୧କପ୍
ଦହି- ୨କପ୍
ଗାଜର,ପିଆଜ,ଟମାଟୋ,ବନ୍ଧାକୋବି,ସିମଲା ଲଙ୍କା(କଟା ହୋଇଥିବା)- ୧କପ୍
ଲୁଣ- ସ୍ୱାଦ ଅନୁସାରେ
ଲଙ୍କା ଗୁଣ୍ଡ- ୧ଛୋଟ ଚାମଚ
ଗରମ ମସଲା- ସ୍ୱାଦ ଅନୁସାରେ
ଚାଟ ମସଲା- ସ୍ୱାଦ ଅନୁସାରେ
ସୋଢ଼ା- ୧ଚାମଚ
ତେଲ- ୧ଚାମଚ
ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ପାଉଁରୁଟିକୁ ପେଷି ଗୁଣ୍ଡ କରି ଦିଅନ୍ତୁ। ଗୋଟିଏ ପାତ୍ରରେ ସୁଜି,ଦହି,ଲୁଣ ଭଲ ଭାବରେ ମିଶାଇ ରଖି ଦିଅନ୍ତୁ। ଅଧଘଣ୍ଟା ପରେ ମିଶ୍ରଣରେ ପାଉଁରୁଟି ଗୁଣ୍ଡ,ଗରମ ମସଲା,ଲଙ୍କା ଗୁଣ୍ଡ,ଚାଟ ମସଲା, ଓ କଟା ହୋଇଥିବା ପରିବା ପକାଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ। ତାପରେ ସେଥିରେ ଖାଇବା ସୋଢ଼ା ପକାଇ ଭଲଭାବରେ ଘାଣ୍ଟି ଦିଅନ୍ତୁ।
ଇଡଲି କୁକରରେ ୨କପ୍ ପାଣି ଢ଼ାଳି କମ୍ ଆଞ୍ଚରେ ରଖନ୍ତୁ। ଇଡଲି ଚାଞ୍ଚରେ ତେଲ ଲଗାନ୍ତୁ। ସେଥିରେ ମିଶ୍ରଣକୁ ରଖି ୧୦-୧୫ମିନିଟ ପର୍ଯ୍ୟନ୍ତ ଗ୍ୟାସ୍ରେ ରଖନ୍ତୁ। ଇଡଲି କୁକରରୁ ଏକ ବଡ଼ ସିଟି ବାଜିଲା ପରେ ଢ଼ାଙ୍କୁଣି ଖୋଲି ଇଡ଼ଲି ଠିକ ଭାବରେ ହୋଇଛି କି ନାହିଁ ପରଖି ନିଅନ୍ତୁ। ଯଦି ଇଡଲି ଠିକ୍ ରୂପେ ହୋଇ ନଥିବା ତାହେଲେ ତାକୁ ଆଉ ୫ମିନିଟ ଗ୍ୟାସରେ ବସାଇ ଦିଅନ୍ତୁ। ଇଡଲି ହୋଇଗଲା ପରେ ତାକୁ ବାହାର କରି ଦିଅନ୍ତୁ।
ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ବ୍ରେଡ ଇଡଲି। ଏହାକୁ ଆପଣ ଟମାଟୋ ସସ୍ କିମ୍ବା ତରକାରୀ ସହ ଖାଇ ପାରିବେ।