www.samajalive.in
Sunday, December 14, 2025
18.1 C
Bhubaneswar

କ୍ରିକେଟରୁ ସନ୍ନ୍ୟାସ ନେଲେ ଡ୍ୱୟେନ ବ୍ରାଭୋ

ଜାମାଇକା : ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର ଡ୍ୱୟେନ ବ୍ରାଭୋ ଗୁରୁବାର ଆନ୍ତର୍ଜାତିକ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତେବେ ଘରୋଇ ଓ ଅନ୍ୟ ରାଷ୍ଟ୍ରରେ ଖେଳାଯାଉଥିବା ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ସେ ଅଂଶଗ୍ରହଣ କରିବେ ବୋଲି ବ୍ରାଭୋ ସ୍ପଷ୍ଟ କରିଛନ୍ତି। ୩୫ ବର୍ଷୀୟ ବ୍ରାଭୋ ୨୦୦୪ ଏପ୍ରିଲରେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ ଖେଳି ଆନ୍ତର୍ଜାତିକ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୪ରୁ ୨୦୧୬ ମଧ୍ୟରେ ସେ ୪୦ଟି ଟେଷ୍ଟ, ୧୬୪ଟି ଦିନିକିଆ ଓ ୬୬ଟି ଟ୍ୱେଣ୍ଟି୨୦ ମ୍ୟାଚ ଖେଳିଛନ୍ତି। ଟେଷ୍ଟ ଫର୍ମାଟରେ ବ୍ରାଭୋ ୩୧.୪୨ ହାରରେ ୩ଟି ଶତକ ସହ ୨୨୦୦ ରନ କରିଥିବାବେଳେ ଦିନିକିଆରେ ୨୫.୩୬ ହାରରେ ୨ଟି ଶତକ ସମେତ ୨୯୬୮ ରନ କରିଛନ୍ତି। ଏହି ଫର୍ମାଟରେ ସେ ୧୯୯ ୱିକେଟ ହାସଲ କରିଛନ୍ତି। ଟ୍ୱେଣ୍ଟି୨୦ ଫର୍ମାଟରେ ସେ ୧୧୪୨ ରନ ସ୍କୋର କରିଥିବାବେଳେ ୫୨ଟି ୱିକେଟ ଅକ୍ତିଆର କରିଛନ୍ତି।
ବ୍ରାଭୋ ଆଇପିଏଲ ପ୍ରଥମ ତିନିଟି ସିଜିନରେ ମୁମ୍ବଇ ଇଣ୍ଡିଆନ୍ସକୁ ପ୍ରତିନିଧିତ୍ୱ କରିଥିବାବେଳେ ୨୦୧୧ରେ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ) ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ୨୦୧୨ ଆଇପିଏଲରେ ସେ ସର୍ବାଧିକ ୪୬୧ ରନ ସ୍କୋର କରିଥିବାବେଳେ ୧୯ଟି ୱିକେଟ ଅକ୍ତିଆର କରିଥିଲେ। ପରବର୍ତ୍ତୀ ଦୁଇଟି ସିଜିନରେ ମଧ୍ୟ ତାଙ୍କର ବୋଲିଂ ପ୍ରଦର୍ଶନ ଉନ୍ନତ ରହିଥିଲା। ୨୦୧୩ ଆଇପିଏଲରେ ସେ ୩୨ଟି ଓ ୨୦୧୫ରେ ୨୬ଟି ୱିକେଟ ହାସଲ କରିଥିଲେ। ସିଏସ୍‍କେ ଉପରେ ଦୁଇବର୍ଷିୟା ବାସନ୍ଦାଦେଶ ଯୋଗୁଁ ୨୦୧୬ ଓ ୧୭ ଦୁଇ ବର୍ଷ ପାଇଁ ସେ ଗୁଜରାଟ ଲାୟନ୍ସକୁ ପ୍ରତିନିଧିତ୍ୱ କରିଥିବାବେଳେ ୨୦୧୮ରେ ପୁଣି ସିଏସ୍‍କେକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories