ଆଜି ଆସିବ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ, ଇଭିଏମରେ ସିଲ ରହିଛି ୩ ପ୍ରମୁଖ ଦଳ ସମେତ ୧୧ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ବର: ଆଜି ଆସିବ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ। ଇଭିଏମରେ ସିଲ ରହିଛି ୩ ପ୍ରମୁଖ ଦଳ ସମେତ ୧୧ ପ୍ରାର୍ଥୀଙ୍କ ଭାଗ୍ୟ। ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟର ଗଣତି ହେବ। ସକାଳ ୮ଟା ୩୦ରୁ ଇଭିଏମରେ ହୋଇଥିବା ଭୋଟଗଣତି କରାଯିବ। ୧୪ଟି ଟେବୁଲରେ ୨୦ ରାଉଣ୍ଡ ଭୋଟ ଗଣତି ହେବ। ପ୍ରତି ଟେବୁଲରେ ୪ଜଣ କର୍ମଚାରୀ ରହିବେ।

prayash

ବ୍ରଜରାଜନଗର ଉପ ନିର୍ବାଚନର ଭୋଟ ଗଣତିକୁ ନେଇ ଝାରସୁଗୁଡା ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତତି ଚୁଡାନ୍ତ ହୋଇ ସାରିଛି। ବ୍ରଜରାଜନଗରରେ ମୋଟ ୨୭୯ଟି ବୁଥରେ ଭୋଟ ଗ୍ରହଣ ହୋଇଥିବା ବେଳେ ମୋଟ ୨୦ ଟି ରାଉଣ୍ଡ ରେ ଭୋଟ ଗଣତି ହେବ। ଗୋଟିଏ ରାଉଣ୍ଡରେ ୧୪ଟି ବୁଥର ଗଣତି ହେବାକୁ ଥିବା ବେଳେ ଏଥିପାଇଁ ଗଣତି କେନ୍ଦ୍ରରେ ୧୪ଟି ଟେବୁଲର ବ୍ୟବସ୍ଥା ହୋଇଛି। ସକାଳୁ ୮ ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମେ ଅଧଘଣ୍ଟା ପାଇଁ ପୋଷ୍ଟାଲ ବେଲଟର ଭୋଟ ଗଣତି କରାଯିବ। ଏହାବାଦ ଇଭିଏମର ଭୋଟ ଗଣତି ଆରମ୍ଭ ହେବ। ଭୋଟ ଗଣତି ସମୟରେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗୋଟିଏ ପ୍ଲାଟୁନ ସିଆରପିଏଫ ବ୍ୟତିତ ଓଡିଶା ପୁଲିସର ୫ପ୍ଲାଟୁନ ପୁଲିସ ସୁରକ୍ଷା ବାହିନୀ ନିୟୋଜିତ ହେବେ। ଭୋଟଗଣତି କେନ୍ଦ୍ରକୁ କେବଳ ଅଧିକୃତ ବା ଅନୁମତି ପ୍ରାପ୍ତ ବ୍ୟକ୍ତିଙ୍କୁ କଡ଼ା ଜାଞ୍ଚ ପରେ ପ୍ରବେଶ ପାଇଁ ଅନୁମତି ଦିଆଯିବ। ଭୋଟ ଗଣତି ସମୟରେ ଫଳାଫଳ ଜାଣିବାକୁ ଜନସାଧାରଣଙ୍କ ସମାଗମ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭ୍ରାମ୍ୟମାଣ ପେଟ୍ରୋଲିଂ ବ୍ୟବସ୍ଥା ସହ କୁଇକ୍ ରିଏକ୍ସନ ଟିମ ଓ ଷ୍ଟ୍ରାଇକିଂ ଫୋର୍ସଙ୍କୁ ମଧ୍ୟ ନିୟୋଜିତ କରାଯିବ। ଏହାର ତଦାରଖ ଓ ପରିଚାଳନା ଦାୟୀତ୍ବରେ ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି ଏବଂ ୫ ଜଣ ଇନସପେକ୍ଟର ରହିବେ ବୋଲି ଝାରସୁଗୁଡା ଏସପି ସୁଚନା ଦେଇଛନ୍ତି।

kalyan agarbati

Comments are closed.