ଭୁବନେଶ୍ବର:ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ଟ୍ରେଣ୍ଡ ପରେ ଟ୍ରେଣ୍ଡ ସାମ୍ନାକୁ ଆସିବାରେ ଲାଗିଛି। ପ୍ରଥମରୁ ଷଷ୍ଠ ରାଉଣ୍ଡ ପର୍ଯ୍ୟନ୍ତ ମଧ୍ୟ ବିଜେଡ଼ି ପ୍ରାର୍ଥୀ ଅଳକା ମହାନ୍ତି ଆଗରେ ରହିଛନ୍ତି। ଷଷ୍ଠ ରାଉଣ୍ଡ ଅନୁସାରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୫୧୧୫, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୧୭୭୮ ଓ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୧୦୦୦୨ ଖଣ୍ଡ ଭୋଟ ମିଳିଛି।
ବ୍ରଜରାଜନଗର ଉପନିର୍ବାଚନର ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ମୋଟ ୨୯,୮୮୮ ଭୋଟ ମିଳିଛି। ସେହିପରି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୭୬୩୬ ଏବଂ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୬୪୯୮ ଖଣ୍ଡ ଭୋଟ ମିଳିଥିବା ସୂଚନା ମିଳିଛି।



