www.samajalive.in
Monday, December 8, 2025
16.1 C
Bhubaneswar

ଇବ ନଦୀରୁ ଏନଟିପିସିକୁ ଜଳ ଯୋଗାଣ ତଦନ୍ତ ସାପେକ୍ଷ : ରାଧାରାଣୀ ପଣ୍ଡା

ବ୍ରଜରାଜନଗର : ସୁନ୍ଦରଗଡ ଏନଟିପିସିକୁ କେବଳ ହୀରାକୁଦ ଜଳଭଣ୍ଡାରରୁ ଜଳ ଯୋଗାଣ କରିବା ନେଇ ବିଗତ ଦିନରେ ଚିକ୍ତିନାମା ହୋଇଥିଲା। ତେବେ ଏଥିରେ ବ୍ରଜରାଜନଗର ଓ ବେଲପାହାଡ଼ ଅଂଚଳକୁ ଜଳ ଯୋଗାଣ କରିବା ନେଇ ସର୍ତ ରହିଥିଲା । କିନ୍ତୁ ହୀରାକୁଦ ଜଳଭଣ୍ଡାର ଛାଡି ବ୍ରଜରାଜନଗର ଇବ ନଦୀରୁ କାହାର ନିର୍ଦେଶ ଓ ଅନୁମତିରେ ଏନଟିପିସି ଦରଲିପାଲି ବେଧଡକ ଭାବେ ପାଣି ଟାଣୁଛି ତାହା ତଦନ୍ତ ସାପେକ୍ଷ ବୋଲି ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଦାବି କରିଛନ୍ତି। ଶ୍ରୀମତୀ ପଣ୍ଡାଙ୍କ କହିବା ଅନୁସାରେ, ସେ ବିଧାୟକ ଥିବା ସମୟରେ କିମ୍ବା ତାଙ୍କ ପୂର୍ବରୁ ଅନୁପ କୁମାର ସାଏ ବିଧାୟକ ଥିବା ବେଳେ ଏନଟିପିସି ଦରଲିପାଲିକୁ ବ୍ରଜରାଜନଗର ଅଂଚଳରୁ ଜଳ ଯୋଗାଣ ନେଇ କୌଣସି ଚୁକ୍ତିନାମା ହୋଇ ନଥିଲା । ହେଲେ ବର୍ତ୍ତମାନ କେଉଁ ଆଇନ ଓ କାହାର ନିର୍ଦେଶରେ ଏନଟିପିସି ଲୁଚି ଛପି ଏଭଳି ଦୁଃସାହସ କରିଛି ତାହା ଆଶ୍ଚର୍ଯ୍ୟର ବିଷୟ ।

ପ୍ରଚଣ୍ଡ ଖରାର ପ୍ରକୋପରେ ବ୍ରଜରାଜନଗର ଅଞ୍ଚଳବାସୀ ଜଳ କଷ୍ଟରେ ଡହଳ ବିକଳ ହେଉଥିବା ବେଳେ ଏନଟିପିସିକୁ ଇବ ନଦୀରୁ ଜଳ ଯୋଗାଣ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ରାଧାରାଣୀ କ୍ଷୋଭ ପ୍ରକାଶ କରିଛନ୍ତି। ସେପଟେ କିଛି ପ୍ରଭାବଶାଳୀଙ୍କ ଜ୍ଞାତସାରରେ ଏଭଳି ବେଆଇନ କାର୍ଯ୍ୟ ପ୍ରଶାସନର ନାକ ତଳେ ଚାଲିଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ।

- Advertisement -

ସୂଚନାରୁ ପ୍ରକାଶ ଯେ, ବ୍ରଜରାଜନଗର ଇଟା ଭଟ୍ଟା ଅଂଚଳ ଇବ ନଦୀରେ ଏନଟିପିସି ଦରଲିପାଲି ୬୦ ଏଚପିର ୧୦ଟି ପମ୍ପ ବସାଇ ତାର କମ୍ପାନୀକୁ ଜଳ ଯୋଗାଣ କରୁଅଛି। ଏହା ପ୍ରଭାବରର ଇବ ନଦୀର ଜଳସ୍ତର ଓ ଜଳ ପ୍ରବାହ କମିବାରେ ଲାଗିଛି ବୋଲି ଅଭିଯୋଗ ହେଉଛି। ସେପଟେ ବର୍ତମାନ ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ବଢୁଥିବାରୁ ନଇଁ, ନାଳ, ପୋଖରୀ ଶୁଖିବାରେ ଲାଗିଛି। ଯାହା କାରଣରୁ ବ୍ରଜରାଜନଗର ଅଂଚଳରେ ଆଗାମୀ ଦିନରେ ସାଙ୍ଘାତିକ ଜଳ ସଙ୍କଟ ଦେଖା ଦେବାର ଆଶଙ୍କା ପ୍ରକାଶ ପାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories