www.samajalive.in
Monday, December 15, 2025
27.1 C
Bhubaneswar

ଏଣିକି ବିନା ଛୁରି-କଇଁଚିରେ ବ୍ରେନ୍‌ ଟ୍ୟୁମର ଅସ୍ତ୍ରୋପଚାର

କଲକାତା  : ବ୍ରେନ୍‌ ଟ୍ୟୁମରର ଭୟବହତାକୁ ନେଇ ଅନେକେ ଦୁଶ୍ଚିନ୍ତାରେ ଥାଆନ୍ତି, ସଂପ୍ରତି କଲକତାର ବାଙ୍ଗୁର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁରୋ ସାଇନ୍ସ ହାସପାତାଳରେ ଏଭଳି ଏକ ଯନ୍ତ୍ର ଅଣାଯାଇଛି, ଯାହାକି ଆଉଟ୍‌ଡୋରରେ ମଧ୍ୟ ବିନା ରକ୍ତପାତରେ ଅସ୍ତ୍ରୋପଚାର ​‌​କରାଯାଇପାରିବ। ତେବେ ଛୋଟ ଓ ମଧ୍ୟମ ଧରଣର ​ବ୍ରେନ ଟ୍ୟୁମର ଏହି ମେସିନ୍‌ଦ୍ବାରା ଅପରେସନ୍‌ କରାଯାଇପାରିବ। ମେସିନ୍‌ର ମୂଲ୍ୟ ୩୦କୋଟି ଟଙ୍କା ବୋଲି ଜଣାପଡ଼ିଛି। ଏହି ‘ଗାମା ନାଇଫ୍‌’ ସାହାଯ୍ୟରେ ବ୍ୟୟବହୁଳ ଅପରେସନ୍‌ ମାଗଣାରେ କରାଯାଇପାରିବ। ଏହି ଅପରେସନ୍‌ରେ କୌଣସି ପ୍ରକାର ଛୁରି, କଇଁଚି ଲାଗିବ ନାହିଁ। ମୂଳ ଛୁରିର କାମ ଏହି ଗାମା ରଶ୍ମୀ କରିବ। ତେଜଷ୍କ୍ରିୟ ଏହି ରଶ୍ମୀ ମସ୍ତିଷ୍କର ଗଭୀରରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ପ୍ରବେଶ କରିବ। କୌଣସି ପାର୍ଶ୍ବସ୍ଥ କୋଷ କ୍ଷତିଗ୍ରସ୍ତ ହେବ ନାହିଁ। ଏଭଳି ଚିକିତ୍ସା ପୂର୍ବ ଭାରତର କୌଣସି ସ୍ଥାନରେ ଆରମ୍ଭ ହୋଇନାହିଁ। କେବଳ ଗାମା ନାଇଫ୍‌ ନୁହେଁ, ବିଆଇଏନ୍‌ରେ ମଧ୍ୟ ଏହି ବ୍ରେନ୍‌ ପେସ୍‌ମେକର ସ୍ଥାପନ କରାଯିବ। ଯାହାଦ୍ବାରା ରୋଗୀମାନେ ବିଶେଷ ଖର୍ଚ୍ଚରୁ ମୁକ୍ତି ପାଇବା ସଙ୍ଗେ ସଙ୍ଗେ ସୁସ୍ଥ ହୋଇପାରିବେ। ତିନି ସେଣ୍ଟିମିଟର ସାଇଜ୍‌ ପର୍ଯ୍ୟନ୍ତ ବ୍ରେନ୍‌ ଟ୍ୟୁମର ଅପରେସନ୍ ଆଉଟ୍‌ଡୋରର ଏକ ସିଟିଂରେ କରାଯିବା ସମ୍ଭବ ହେବ। ଏହି ପ୍ରଯୁକ୍ତି ଅପରେସନ୍ ଖର୍ଚ୍ଚ ଅନ୍ୟ ରାଜ୍ୟର ସରକାରୀ ହାସପାତାଳରେ ୮୦ହଜାର ଓ ବେସରକାରୀରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ, କିନ୍ତୁ ପଶ୍ଚିମବଙ୍ଗରେ ତାହା ମାଗଣା ହେବ। ଏହା ସହିତ ବ୍ରେନ୍‌ ପେସ୍‌ମେକର ବସାଯିବା ସେବା ମଧ୍ୟ କରାଯିବ। ଯେଉଁଥିରେ ରାଜ୍ୟ ସରକାର ୨୦କୋଟି ଟଙ୍କାର ପରିକଳ୍ପନା ଗ୍ରହଣ କରିଛି।
କଲକାତାରେ ଏଭଳି ଅଭିନବ ଅପରେସନ ଓ ଚିକିତ୍ସା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବାବେଳେ ଅପରେସନ୍‌ ଓ ଚିକିତ୍ସା ବ୍ୟବସ୍ଥା ଯେପରି ରାଜ୍ୟର ବିଭିନ୍ନ ସରକାରୀ ହାସପାତାଳରେ ସୁଚାରୁରୂପେ ଓ ବିନାମୂଲ୍ୟରେ ପ୍ରଦାନ କରାଯାଇପାରେ ସେଥିପ୍ରତି ରାଜ୍ୟ ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଆହୁରି କୁହାଯାଇଛି ଯେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ଅନ୍ୟ ହାସପାତାଳରେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯିବ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories