ବ୍ରହ୍ମପୁର : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅର୍ନ୍ତଗତ କୁମ୍ଭାରସାହିରେ ଏକ ଘର ଛାତରୁ ପଡି ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ କୁମ୍ଭାରସାହିର ବନମାଳି ବେହେରା ଜଣେ ବ୍ୟକ୍ତି ଅପରାହ୍ନ ପ୍ରାୟ ୪ଟା ସମୟରେ ନିଜ ଘର ଛାତରେ ବସିଥିବାବେଳେ ଖସିପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହିଞ୍ଜିଳି ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Popular Categories



