www.samajalive.in
Monday, December 15, 2025
17.1 C
Bhubaneswar

ବ୍ରାହ୍ମଣୀଗାଁ ଭିମାନାଳ ବନ୍ଧର ପୁନରୁଦ୍ଧାର ଦାବୀ

ଫୁଲବାଣୀ/ବ୍ରାହ୍ମଣୀଗାଁ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁ ଏକ ଅପହଞ୍ଚ ଇଲାକା। ସରକାରୀ ବାବୁମାନଙ୍କର ପାଦ ଏତେ ସହଜରେ ପଡେନାହିଁ । ବିଭିନ୍ନ ସମସ୍ୟାରେ ଜଡିତ ଏହି ଦୁର୍ଗମ ଅଞ୍ଚଳମାନଙ୍କରେ ସରକାରଙ୍କ ଅନେକ ଲୋକାଭିମୁଖୀ କାର୍ଯ୍ୟଗୁଡିକ ସଠିକ ଭାବେ ପହଞ୍ଚି ପାରୁ ନ ଥିବାରୁ ଜନସାଧାରଣଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଲୋକଙ୍କ ଜୀବନ ଜୀବିକା ପାଇଁ ପାନୀୟଜଳ ଓ କୃଷିକର୍ମ ପାଇଁ ଜଳର ଆବଶ୍ୟକତା ପଡିଥାଏ। ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ଜଳ ଯୋଗାଇଦେବା ପାଇଁ କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି ହେଲେ ବିଭାଗୀୟ ଅଧିକାରୀମାନଙ୍କ ଆନ୍ତରିକତାର ଅଭାବ ହେତୁ ଦୁର୍ଗମ ଅଞ୍ଚଳମାନଙ୍କରେ ତାହା ସଠିକ ଭାବେ ସମ୍ପାଦନ ହୋଇପାରୁ ନ ଥିବା ଅଭିଯୋଗ ହେଉଛି । ବ୍ରାହ୍ମଣୀଗାଁରେ ପାନୀୟ ଜଳ ଓ ଚାଷ ଜମିପାଇଁ ଜଳ ଯୋଗାଣର ଘୋର ସମସ୍ୟା ଦେଖାଦେଇଛି ।

ଆବାହମାନ କାଳରୁ ଏହି ଗ୍ରାମରେ ଭିମାନାଳ ବା ମାଟିଗାଡିଆଲ ନାମରେ ଏକ ଚୀରଶ୍ରୋତା ଝରଣା ଅଛି । ପୂର୍ବପୁରୁଷରୁ ଏହି ନାଳରୁ ଗ୍ରାମବାସୀ ପାନୀୟ ଜଳ ବ୍ୟବହାର କରିଆସୁଥିଲେ ପରବର୍ତି ସମୟରେ ନଳକୂପ ଗୁଡିକ ଖୋଳାହେବା ପରେ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇଲେ କିନ୍ତୁ ଗାଧୁଆ, ଲୁଗାପଟା ସଫାସୁତୁରା ଆଦି କରିବା ପାଇଁ ଗ୍ରାମବାସୀ ଏହି ନାଳକୁ ବ୍ୟବହାର କରିଆସୁଛନ୍ତି । ପ୍ରାୟ ୧୯୯୦ ମସିହା ବେଳକୁ ତତ୍କାଳୀନ ସରପଞ୍ଚଙ୍କ ଉଦ୍ୟମରେ ଏକ ଆଗୁଳାବନ୍ଧ କରାଯାଇଥିଲା କିନ୍ତୁ ରକ୍ଷଣାବେକ୍ଷଣର ଅଭାବ ହେତୁ ବର୍ତମାନ ଏହା ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଏହି ବନ୍ଧ ତଳକୁ ଅନେକ ଚାଷ ଜମି ଅଛି କିନ୍ତୁ ଜଳାଭାବରୁ ଧାନ ବ୍ୟତୀତ ଅନ୍ୟାନ୍ୟ ଚାଷ କରିବା ସମ୍ଭବ ହୋଇପାରୁ ନ ଥିବା ଅଭିଯୋଗ ହେଉଛି । ପ୍ରତ୍ୟେକ ପଲ୍ଲିସଭା ଓ ଗ୍ରାମସଭାରେ ଏହାର ପୁନରୁଦ୍ଧାର କରିବାକୁ ପ୍ଲାନ ଦିଆଯାଉଛି ହେଲେ ତାହା କାର୍ଯ୍ୟକାରୀ ହେଉନାହିଁ । ଏସମ୍ପର୍କରେ ସ୍ଥାନୀୟ ସରପଂଚ ରମେଶ ମାଝୀଙ୍କୁ ପଚାରିବାରୁ ଏପରି ଅଭିଯୋଗ ଆମପାଖରେ ହୋଇନାହିଁ ଯଦି ଏହାର ଆବଶ୍ୟକତା ଅଛି ଆମେ ଏଥର ପ୍ଲାନରେ ରଖିବୁ ଏବଂ ନିଶ୍ଚୟ କରିବୁ ବୋଲି କହିଛନ୍ତି । ଜନସାଧାରଣଙ୍କ ତଥା ଚାଷୀମାନଙ୍କ ସୁବିଧା ପାଇଁ ଏହି ବନ୍ଧର ପୁନରୁଦ୍ଧାର କରିବାକୁ ମାରିଆନ ଉଠାଣ ସିଂ, ମୁକୁନ୍ଦ ସିଂ, ସୁରେନ୍ଦ୍ର ବିଶୋଇ, ହରି ବିଶୋଇ, ଟୁମୁକୁ ନାୟକ, ସୋମବାରିଆ ମାଝୀ ପ୍ରଶନ୍ନ ବେହେରଦଳେଇ, ସମୀର ସିଂ, ଗାଣ୍ଡୁ ନାୟକ, ଦିନବନ୍ଧୁ ପାତ୍ରଙ୍କ ସମେତ ଗ୍ରାମବାସୀ ଦାବୀ କରିଛନ୍ତି।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories