www.samajalive.in
Monday, December 15, 2025
14.1 C
Bhubaneswar

୨.୫୧ କୋଟି ଟଙ୍କାରେ ନିଲାମ ହେଲା ବ୍ରାଡ୍‌ମ୍ୟାନଙ୍କ ଟେଷ୍ଟ ପଦାର୍ପଣ ଟୋପି 

ସିଡ୍‌ନୀ : କ୍ରିକେଟ କିମ୍ବଦନ୍ତୀ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ ତାଙ୍କ ଟେଷ୍ଟ ପଦାର୍ପଣରେ ପିନ୍ଧିଥିବା ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ସବୁଜ ଟୋପି ୪୫୦,୦୦୦ ଅଷ୍ଟ୍ରେଲିଆନ୍‌ ଡଲାରରେ ନିଲାମ ହୋଇଛି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୨ କୋଟି ୫୧ ଲକ୍ଷ ଟଙ୍କା। ଉକ୍ତ ଟୋପିକୁ ୨ କୋଟି ୫୧ ଲକ୍ଷ ଟଙ୍କାରେ ଜଣେ ଅଷ୍ଟ୍ରେଲୀୟ ବ୍ୟବସାୟୀ ପିଟର ଫ୍ରିଡ୍‌ମ୍ୟାନ୍ କିଣିଛନ୍ତି। ୧୯୨୮ ନଭେମ୍ବର ୩୦ରୁ ଆସେସ୍ ସିରିଜ୍‌ରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟମ୍ୟାଚ୍‌ରେ ବ୍ରାଡ୍‌ମ୍ୟାନ୍ ପ୍ରଥମକରି ଅଷ୍ଟ୍ରେଲିଆ ପାଇଁ ଖେଳିଥିଲେ।

ଉକ୍ତ ମ୍ୟାଚ୍‌ରେ ବ୍ରାଡ୍‌ମ୍ୟାନ୍ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଦଳର ସବୁଜ ଟୋପି (ବ୍ୟାଗି ଗ୍ରୀନ୍‌) ପିନ୍ଧିଥିଲେ। ଏହି ଟୋପିର ନିଲାମ କରା ଯାଇଥିଲା। ୧୯୪୮ରେ ବ୍ରାଡ୍‌ମ୍ୟାନ୍‌ଙ୍କର ଅନ୍ତିମ ଇଂଲଣ୍ଡ ଗସ୍ତରେ ପିନ୍ଧିଥିବା ଟୋପିକୁ ୨୦୦୩ରେ ନିଲାମ କରା ଯାଇଥିଲା। ଏହା ୪୦୦,୦୦୦ ଅଷ୍ଟ୍ରେଲୀୟ ଡଲାରରେ ବ୍ରିକ୍ରି କରା ଯାଇଥିଲା। ବ୍ରାଡ୍‌ମ୍ୟାନ ୧୯୨୮ରୁ ୧୯୪୮ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ୫୨ଟି ଟେଷ୍ଟମ୍ୟାଚ ଖେଳିଥିଲେ। ତାଙ୍କ ବ୍ୟାଟିଂ ଆଭରେଜ୍‌ ୯୯.୯୪ ରହିଛି। ଯାହା ସର୍ବକାଳୀନ ବିଶ୍ବ କ୍ରିକେଟରେ ସର୍ବାଧିକ ଆଭରେଜ୍‌ ରହିଆସିଛି। ସାର୍‌ ଡନ୍‌ ବ୍ରାଡମ୍ୟାନ୍‌ ଜଣେ କିମ୍ବଦନ୍ତୀ କ୍ରିକେଟର। ଅଷ୍ଟ୍ରେଲିଆ ପାଇଁ ଗର୍ବ ଓ ଗୌରବ। ତାଙ୍କ ଟେଷ୍ଟ ପଦାର୍ପଣ ଟୋପିକୁ ସର୍ବାଧିକ ମୂଲ୍ୟରେ କ୍ରୟ କରିବା ତାଙ୍କ ପାଇଁ ବଡ଼ ସମ୍ମାନ ବୋଲି ଟୋପି କ୍ରୟ କରିଥିବା ବ୍ୟବସାୟୀ ପିଟର ଫ୍ରିଡ୍‌ମ୍ୟାନ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories