www.samajalive.in
Saturday, December 6, 2025
17.1 C
Bhubaneswar

ଜଷ୍ଟିସ ଗବଇ ପ୍ରଧାନ ବିଚାରପତି ନିଯୁକ୍ତ: ୧୪ରେ ନେବେ ଶପଥ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବଇଙ୍କୁ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ନିଯୁକ୍ତ କରାଯାଇଛି। ଜଷ୍ଟିସ ଗବଇଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଥିବାବେଳେ ମଙ୍ଗଳବାର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ୧୪ରେ ଜଷ୍ଟିସ ଗବଇ ଦେଶର ୫୨ତମ ସିଜେଆଇ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ବର୍ତ୍ତମାନ ସିଜେଆଇ ଦାୟିତ୍ବ ତୁଲାଉଥିବା ଜଷ୍ଟିସ ସଞ୍ଜୀବ ଖାନ୍ନା ଚଳିତମାସ ୧୬ରେ ଜଷ୍ଟିସ ଗବଇଙ୍କୁ ତାଙ୍କ ଉତ୍ତରାଧିକାରୀ ନିଯୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। ଜଷ୍ଟିସ ଗବଇ ୨୦୧୯ ମେ’ ୨୪ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ତେବେ ସେ ଚଳିତବର୍ଷ ନଭେମ୍ବର ୨୩ ପର୍ଯ୍ୟନ୍ତ ସିଜେଆଇ ପଦରେ କାର୍ଯ୍ୟ କରି ଅବସର ନେବେ ବୋଲି ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories