www.samajalive.in
Sunday, December 7, 2025
26.1 C
Bhubaneswar

ବିପିୟୁଟି ବି.ଟେକ୍‌ ଫଳ ପ୍ରକାଶ, ପରୀକ୍ଷା ଦେଇ ନଥିବା ବିଦ୍ୟାର୍ଥୀ ଚିନ୍ତାରେ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି)ଦ୍ବାରା ପରିଚାଳିତ ବି.ଟେକ୍, ବି.ଫାର୍ମା, ବି.ଆର୍କ ଏବଂ ଏମ୍‌ସିଏ ୪ର୍ଥ ଏବଂ ୬ଷ୍ଠ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ ପାଇଛି। କୋଭିଡ଼ ନିୟମାବଳୀ ପାଳନ କରି ବିପିୟୁଟି ବି.ଟେକ୍‌ର ୪ର୍ଥ ଓ ୬ଷ୍ଠ ସେମିଷ୍ଟର, ବି.ଫାର୍ମା, ବି.ଆର୍କ ଏବଂ ଏମ୍‌ସିଏର ୬ଷ୍ଠ ସେମିଷ୍ଟର ପରୀକ୍ଷା ଅନ୍‌ଲାଇନ୍‌ରେ କରିଛି। ଏ ସମସ୍ତ ପାଠ୍ୟକ୍ରମରେ ୯୫ ପ୍ରତିଶତ ଫଳ ହୋଇଥିବା ବିପିୟୁଟି ପକ୍ଷରୁ ସୂଚନା ଦିଆଯାଇଛି।

ବି.ଟେକ୍ ୪ର୍ଥ ସେମିଷ୍ଟରରେ ୨୧ ହଜାର ଏବଂ ୬ଷ୍ଠ ସେମିଷ୍ଟରେ ୨୩ ହଜାର ବିଦ୍ୟାର୍ଥୀ ପରୀକ୍ଷା ଦେଇଛନ୍ତି। ବି.ଫାର୍ମାରେ ୧୬ ଶହ, ବି.ଆର୍କରେ ୨୫୦ ଏବଂ ଏମ୍‌ସିଏରେ ୩୫ ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଫଳ ପ୍ରକାଶ ପାଇବା ପରେ ବିପିୟୁଟି ଛାତ୍ରଛାତ୍ରୀଙ୍କ ପ୍ରୋଭିଜ୍‌ନାଲ ଏବଂ ଗ୍ରେଡ଼ ସିଟ୍‌ ପ୍ରମାଣପତ୍ରକୁ ଅନ୍‌ଲାଇନ୍‌ରେ ଅପ୍‌ଲୋଡ଼ କରିଛି। କରୋନା ଯୋଗୁଁ ଦେଶର ବୈଷୟିକ ବିଶ୍ବବିଦ୍ୟାଳୟ ଗୁଡିକ ସେମିଷ୍ଟର ପରୀକ୍ଷା ସାରି ପାରି ନଥିବାବେଳେ ବିପିୟୁଟି ଶୃଙ୍ଖଳିତ ଭାବେ ଅନ୍‌ଲାଇନ୍‌ରେ ପରୀକ୍ଷା କରି ଫଳ ପ୍ରକାଶ କରିବାରେ ସଫଳ ହୋଇଛି। ମେ ଏବଂ ଜୁନ୍ ମାସରେ ହେବାକୁ ଥିବା ସେମିଷ୍ଟର ପରୀକ୍ଷାରେ ବିଳମ୍ବ ହେବା ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଚିନ୍ତାରେ ଥିଲେ। ଏପରିକି ୬ ମାସ ସମୟ ଅପଚୟ ହେବ ବୋଲି ଛାତ୍ରଛାତ୍ର ଆଶଙ୍କା କରୁଥିଲେ। ହେଲେ ସରକାରଙ୍କ ଅନ୍‌ଲାଇନ୍‌ ପରୀକ୍ଷା ପଦକ୍ଷେପ ଯୋଗୁଁ ଛାତ୍ରଛାତ୍ରୀଙ୍କ ସମୟ ରକ୍ଷା ହୋଇ ପାରିଛି। ୨୦୨୦-୨୦୨୧ ଶିକ୍ଷା ବର୍ଷର ସେମିଷ୍ଟର ପରୀକ୍ଷା ଡିସେମ୍ବର ୧୫ରେ କରିବା ପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଯୋଜନା ପ୍ରସ୍ତୁତ ଚାଲିଛି। ଏ ସଂକ୍ରାନ୍ତରେ ଏକାଡେମୀ ପରିଷଦ ବୈଠକ ଡକା ଯାଇଥିବା ବିପିୟୁଟିର ଜଣେ ଅଧିକାରୀ କହିଛନ୍ତି।

- Advertisement -

କୌଣସି କାରଣବଶତଃ ଅନ୍‌ଲାଇନ୍‌ରେ ପରୀକ୍ଷା ଦେଇ ନଥିବା ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍‌ ପରୀକ୍ଷା କେବେ କରାଯିବ ତାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଚିନ୍ତିତ ଅଛନ୍ତି। ପରିସ୍ଥିତି ସ୍ବାଭାବିକ ହେଲେ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବ ବୋଲି ସରକାର କହିଥିଲେ। ହେଲେ ପରିସ୍ଥିତି ସ୍ବାଭାବିକ ହେଉ ନ ଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ନଭେମ୍ବର ୩୦ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଅନ୍‌ଲକ-୬ ନିୟମାବଳୀରେ କହିଛନ୍ତି। ଏପରିସ୍ଥଳେ ସରକାର କିଛି କଲେଜରେ କେନ୍ଦ୍ର କରି ଅଫ୍‌ଲାଇନ୍‌ ପରୀକ୍ଷା କରିବାକୁ ଛାତ୍ରଛାତ୍ରୀ ପକ୍ଷରୁ ଅନୁରୋଧ କରାଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories