ଚଣ୍ଡିଗଡ଼ : ପୋଲାଣ୍ଡରେ ଆୟୋଜିତ ୧୩ତମ ଅନ୍ତର୍ଜାତୀୟ ସିଲେସିଆନ୍ ବକ୍ସିଂ ଚମ୍ପିଆନସିପ୍ର ମହିଳା ବିଭାଗରେ ପାଟିଆଲା ହସନପୁର ଗ୍ରାମର ୧୬ ବର୍ଷୀୟା ବକ୍ସର ସନ୍ଦୀପ କୌର ସ୍ୱର୍ଣ୍ଣ ପଦକ ଜିିତିଛନ୍ତି। ତାଙ୍କ ବାପା ସର୍ଦାର ଜସବୀର ସିଂହ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ସନ୍ଦୀପ ୫୨ କେଜି ବିଭାଗ ଫାଇନାଲରେ ପୋଲାଣ୍ଡର କରୋଲିନା ଆମପୁସ୍କାଙ୍କୁ ୫-୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ସନ୍ଦୀପଙ୍କ ବାପା ଜସବୀର ପଟିଆଲା ରାଜରାସ୍ତାରେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରିବା ସହ ଝିଅ ସନ୍ଦୀପକୁ ବକ୍ସିଂ ପ୍ରଶିକ୍ଷଣ ଯୋଗାଇରେ କୌଣସି ହେଳା କରିନଥିଲେ। ସନ୍ଦୀପଙ୍କ ଦାଦା ସିମରନ୍ଜିତ ସିଂହ ଗାଁରେ ଥିବା ଏକାଡେମୀରେ ବକ୍ସିଂ ତାଲିମ ନେଉଥିଲେ। ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ସନ୍ଦୀପ ବକ୍ସିଂରେ କ୍ୟାରିୟର ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ।
Popular Categories



