www.samajalive.in
Friday, December 5, 2025
17.1 C
Bhubaneswar

ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲା: ସିସିଟିଭିରେ କଏଦ ସନ୍ଦିଗ୍ଧ, ବଜାରରୁ କେମିକାଲ କିଣି ୟୁଟ୍ୟୁବରୁ ଶିଖିଥିଲା ବୋମା ତିଆରି

ସମାଜ ଡିଜିଟାଲ ଡେସ୍କ: ଶୁକ୍ରବାର ବେଙ୍ଗାଲୁରୁ ରମେଶ୍ୱରମ୍‍ କାଫେରେ ବୋମା ବିସ୍ଫୋରଣ ଘଟଣାରେ ଏନଆଇଏ ଏବଂ ଏଏସଜି ଟିମ ପକ୍ଷରୁ ତଦନ୍ତ ଜୋରଦାର କରାଯାଇଛି। ଆତଙ୍କବାଦୀ ସଂଗଠନ ଇସଲାମିକ୍‍ ଷ୍ଟେଟ୍‍ ସହିତ ଜଡିତ ସଂଗଠନ ଏହି ବିସ୍ଫୋରଣରେ ସମ୍ପୃକ୍ତି ଥିବା କୁହାଯାଉଛି। ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇଛି।
ଅନ୍ୟପଟେ ବିସ୍ଫୋରଣ ଘଟାଇଥିବା ସନ୍ଦିଗ୍ଧକୁ ଚିହ୍ନଟ କରାଯାଇଥିବା ଜଣାପଡିଛି। ସିସିଟିଭି ଫୁଟେଜ ଆଧାରରେ ଏହା ସମ୍ଭବ ହୋଇଛି। କୁହାଯାଉଛି ଯେ ସନ୍ଦିଗ୍ଦ ଜଣଙ୍କ ବଜାରରୁ କେମିକାଲ କିଣି ୟୁଟ୍ୟୁବରୁ ବୋମା ତିଆରି ଶିଖିବା ପରେ ଏହାକୁ ତିଆରି କରିଥାଇପାରେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବଜାରରେ ସହଜରେ ମିଳୁଥିବା ରାସାୟନିକ ପଦାର୍ଥ, ପୋଟାସିୟମ୍‍ ନାଇଟ୍ରେଟ୍‍ ଏବଂ ବନ୍ଧୁକ ପାଉଡର ଆଇଡି ତିଆରିରେ ବ୍ୟବହୃତ ହୋଇଛି। ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ ଫୋରେନସିକ୍‍ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯିବ। ମାମଲାରେ ଆତଙ୍କବାଦୀ ସଂଗଠନ ଆଇଏସ୍‍ ସହ ଜଡିତ ଲୋକଙ୍କୁ ଖୋଜା ଚାଲିଛି। ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଏହି ମାମଲାରେ ଅନେକ ପ୍ରମାଣ ମିଳିଛି, ଯାହାକୁ ଆଧାର କରି ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories