www.samajalive.in
Saturday, December 6, 2025
17.1 C
Bhubaneswar

ଏହି ୪ଟି ଭୁଲ୍‌‌ କରୁଥିଲେ ସାବଧାନ : ଲାଗି ରହିବ ଟଙ୍କା ଅଭାବ..

ସନାତନ ଧର୍ମରେ ବାସ୍ତୁ ଶାସ୍ତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ସୁଖଶାନ୍ତି ଓ ସମୃଦ୍ଧି ପାଇଁ ବାସ୍ତୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ବାସ୍ତୁ ଶାସ୍ତ୍ରରେ ଏପରି କେତେକ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହାକୁ ନିୟମିତ ପାଳନ କରାଯିବା ଆବଶ୍ୟକ। ଏହାର ମହତ୍ତ୍ୱ ମଧ୍ୟ ରହିଛି। ଧାର୍ମିକ ମାନ୍ୟତା ଅନୁସାରେ ବାସ୍ତୁ ଶାସ୍ତ୍ରକୁ ଅଣଦେଖା କରାଗଲେ ଧନୀ ବ୍ୟକ୍ତି ମଧ୍ୟ କାଙ୍ଗାଳ ହୋଇ ଯାଆନ୍ତି।
ବାସ୍ତୁ ଅନୁଯାୟୀ କିଛି ଜିନିଷକୁ ଆଦୌ ଖୋଲା ରଖାଯିବା ଉଚିତ ନୁହେଁ।ଏହାଦ୍ୱାରା ଭାଗ୍ୟରେ ନକରାତ୍ମକ ପରିବର୍ତ୍ତନ ଘଟିଥାଏ। ସୌଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଥାଏ। ଜାଣନ୍ତୁ, ବାସ୍ତୁ ଶାସ୍ତ୍ର ଅନୁଯାୟୀ, କେଉଁ ୪ଟି ଜିନିଷକୁ ଆଦୌ ଖୋଲା ରଖିବା ଉଚିତ୍‌‌ ନୁହେଁ।
ବହିକୁ କଦାପି ପଢିବା ପରେ ଖୋଲା ରଖନ୍ତୁ ନାହିଁ। ପାଠ ପଢୁଥିବା ସମୟରେ ସେଠାରୁ କୌଣସି କାମ ପାଇଁ ଉଠିକି ଗଲେ ମଧ୍ୟ ବହି ଖୋଲା କରି ରଖନ୍ତୁ ନାହିଁ। ଯେକୌଣସି ପୁସ୍ତକକୁ ମଧ୍ୟ ଖୋଲା ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ବୁଧ ଗ୍ରହ ଦୁର୍ବଳ ହୋଇ ଥାଆନ୍ତି।
ବାସ୍ତୁ ଅନୁଯାୟୀ, ଆଲମିରା କିମ୍ବା ମା’ଲକ୍ଷ୍ମୀଙ୍କ ସହ ଜଡିତ ଜିନିଷକୁ କଦାପି ଖୋଲା ରଖନ୍ତୁ ନାହିଁ। ଏହାଦ୍ୱାରା ଧନ ଖୁବ ଶୀଘ୍ର ଖର୍ଚ୍ଚ ହୋଇଥାଏ। ମା’ଲକ୍ଷ୍ମୀ ମଧ୍ୟ କ୍ରୋଧ କରିଥାଆନ୍ତି।
କୁହାଯାଏ ଭୋଜନକୁ କଦାପି ଖୋଲା ରଖନ୍ତୁ ନାହିଁ। ମାନ୍ୟତା ଅନୁଯାୟୀ, ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି। ସେହିପରି କ୍ଷୀର କିମ୍ବା ଦହିକୁ ମଧ୍ୟ କଦାପି ଖୋଲା ରଖନ୍ତୁ ନାହିଁ। ଏହାଦ୍ୱାରା ଶୁକ୍ର ଓ ଚନ୍ଦ୍ରମାଙ୍କ ଦୋଷ ଜାତକରେ ଲାଗିଥାଏ।
କୁହାଯାଏ ଲୁଣ ଥିବା ପାତ୍ର କିମ୍ବା ଡବାକୁ କଦାପି ଖୋଲା ରଖନ୍ତୁ ନାହିଁ। ଏହାଦ୍ୱାରା ଗୃହରେ ଉନ୍ନତି ହୋଇନଥାଏ। ଟଙ୍କା ପଇସା ଅଯଥାରେ ଖର୍ଚ୍ଚ ହେବା ସହ ଅଭାବ ଲାଗି ରହିଥାଏ।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories