www.samajalive.in
Wednesday, December 10, 2025
15.1 C
Bhubaneswar

ଯୁବ ରେଡକ୍ରସ ଓ ୟୁକୋ କ୍ଲବ ପକ୍ଷରୁ ବୃକ୍ଷ ରକ୍ଷାବନ୍ଧନ ଉତ୍ସବ

ବୌଦ୍ଧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ଏବଂ ୟୁକୋ କ୍ଲବ ପକ୍ଷରୁ ପବିତ୍ର ରକ୍ଷାବନ୍ଧନ ତଥା ବଳଭଦ୍ର ଜନ୍ମ ଅବସରରେ ବୃକ୍ଷ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ସହକାରୀ ବନ ସଂରକ୍ଷକ ସେୀମ୍ୟରଞ୍ଜନ ଗୋଛାୟତ ପ୍ରଥମେ ବୃକ୍ଷ ପୂଜନ କରି ରାକ୍ଷୀ ବାନ୍ଧିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ତଥା ଉପସ୍ଥିତ ଅଧ୍ୟାପକ,ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ବୃକ୍ଷରେ ରାକ୍ଷୀ ବାନ୍ଧିବା ସହିତ ତାହାର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ସଂଯୋଜକ ଭାବରେ ଅଧ୍ୟାପକ ପ୍ରବୀର କୁମାର ଦାସ ଦୀର୍ଘ ୨୪ବର୍ଷ ଧରି ମହାବିଦ୍ୟାଳୟରେ ପାଳନ ହୋଇଆସୁଥିବା ଏହି ନିଆରା ବୃକ୍ଷ ରକ୍ଷାବନ୍ଧନ ପର୍ବର ବିଶେଷତ୍ୱ ସଂପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଶ୍ରୀ ଗୋଛାୟତ ଗଛ ଲଗାଇ ତାକୁ ବଞ୍ଚାଇବା ସମସ୍ତ ଜନସାଧାରଣଙ୍କ ଦାୟି୍‍ତ୍ୱ ବୋଲି ପ୍ରକାଶ କରିଥିଲେ। ସେହିପରି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବେହେରା ବୃକ୍ଷ ଆମର ଭାଇ ପରି ଜୀବନ ସାରା ସୁରକ୍ଷା ଯୋଗାଇଥାଏ ତେଣୁ ତାକୁ ରକ୍ଷା କଲେ ସେ ଆମକୁ ମଧ୍ୟ ସୁରକ୍ଷା ପ୍ରଦାନ କରିବ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଦିଲ୍ଲିପ କୁମାର ଖୁଣ୍ଟିଆ, ସୁନିଲ ସର୍ଭାଙ୍ଗିଆ ଓ ମୁକ୍ତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories