ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

ବୌଦ୍ଧ: ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦିନିକିଆ ବୌଦ୍ଧଜିଲା ଗସ୍ତରେ ଆସି ଦଳୀୟ ସଂଗଠନ ସଂପର୍କରେ ସସମୀକ୍ଷା କରିବା ସହିତ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଆଲୋଚନା କରିଛନ୍ତି ।  ପ୍ରଥମେ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ସୁଖ୍ୟାତି ଅର୍ଜ୍ଜନ କରିଥିବା ୫ ଜଣଙ୍କୁ ମାନପତ୍ର ଉପଢୌକନ ସହ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ସ୍ଵାଧୀନତା ସଂଗ୍ରାମୀ ଗୌରମୋହନ ମିଶ୍ର,  କବୟତ୍ରୀ ପଦ୍ମାଳୟା ମିଶ୍ର,  ବିଶିଷ୍ଟ ସମାଜସେବୀ ବିଶ୍ଵମୋହନ ପୃଷ୍ଟି,  ସଂସ୍କୃତି ପ୍ରେମୀ କରୁଣା କର ଘଣ୍ଟୁଆଳ, ଶହେରୁ ଊର୍ଦ୍ଧ୍ୱଥର ରକ୍ତଦାନ ଓ ଶବ ସଂସ୍କାର ପାଇଁ ଦେବାଶିଷ ପୁରୋହିତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

prayash

ପରବର୍ତ୍ତୀ ସମୟରେ ବୌଦ୍ଧ ନଗର ମଣ୍ଡଳର  କର୍ମକର୍ତ୍ତା  ଓ ଜିଲ୍ଲା ବିଜେପି ପଦାଧିକାରୀଙ୍କ ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯୧ ତମ  ” ମନ କୀ ବାତ” କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ଓ ତାଙ୍କର ଅଭିଭାଷଣରେ ଏହାର ଉପାଦୟତ । ସହିତ ଆଗାମୀ ” ହର ଘର ତ୍ରିରଙ୍ଗା” ପାଳନ କରିବା ସହିତ ୭୫ ତମ ଆଜାଦୀ ଉତ୍ସବ ପାଳନ କିପରି ଭାବରେ କରାଯିବ ସେ ସମନ୍ଧୀୟ ଅଭିଭାଷଣ ପ୍ରଦାନ କରିଥିଲେ ।

ଦଳୀୟ ପଦାଧିକାରୀଙ୍କ ସହିତ ଦଳୀୟ କାର୍ଯ୍ୟ ଉପରେ ଦିଗ ଦର୍ଶନ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ କାର୍ଯ୍ୟକ୍ରମ ଗୁଡ଼ିକରେ ସଚିଦାନନ୍ଦ ଦଲାଲ, ସୂର୍ଯ୍ୟଥ ନାରାୟଣ ମହାପାତ୍ର, ମାଗୁଣି ଗାଇଗୌରୀଆ, ବ୍ୟୋମକେଶ ମହାପାତ୍ର, ରାଜ କୁମାର ମେହେର , ପ୍ରେମାନନ୍ଦ ମିଶ୍ର, ଶ୍ୟାମସୁନ୍ଦର ପୁରୋହିତ, ସତ୍ୟାନନ୍ଦ ପାଣ୍ଡେ, ସୁଶାନ୍ତ ବାଘ, ତାପସ କୁମାର ପଟ୍ଟନାୟକ, ନିରଞ୍ଜନ ଦାନୀ, ପୂର୍ଣ୍ଣଚନ୍ଦ୍ର ଗାଈଗୌରୀ ଆ, ମୀନାରାଣୀ ମିଶ୍ର ,ରଶ୍ମୀ ହୋତା,  ନିବେଦିତା ମହାକୁଡ, ରବି ଦେଓ, ରାଜୀବ ଦେହୁରୀ, ନବୀନ ହୋତା,  ପଙ୍କଜ ବାରିକ , ଶମ୍ଭୁ ପ୍ରଧାନ, ବାମନ ବାରିକ, ବୈକୁଣ୍ଠ ପ୍ରଧାନ, ସୁଦାମ ମେଣ୍ଡିଲିଙ୍କ ସହିତ ବହୁ ଦଳୀୟ ପଦାଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

kalyan agarbati

Comments are closed.