www.samajalive.in
Sunday, December 7, 2025
13.1 C
Bhubaneswar

ବୌଦ୍ଧ ଜିଲାରୁ ରାଜ୍ୟର ପ୍ରଥମ ଇଥାନଲ୍‍ ଯୋଗାଣ ଆରମ୍ଭ

ବୌଦ୍ଧ: ସରକାରଙ୍କ ଇଥାନଲ୍‍ ମିଶ୍ରିତ ପେଟ୍ରୋଲ୍‍ କାର୍ଯ୍ୟକ୍ରମରେ ଯୋଗଦେଇ ବୌଦ୍ଧ ଜିଲାର ବୌଦ୍ଧ ଡେଷ୍ଟିଲାରୀ ଆଜି ନିଜସ୍ବ କାରଖାନା ପରିସରରେ ନୂତନ ଭାବେ ସ୍ଥାପିତ ଦିନପ୍ରତି ୧୫ ହଜାର ଲିଟର କ୍ଷମତା ବିଶିଷ୍ଟ ଶସ୍ୟଭିତ୍ତିକ ଇଥାନଲ୍‍ ପ୍ଲାଣ୍ଟରୁ (ଆଇଓସିଏଲ୍‍) ଝାରସୁଗୁଡାକୁ ଏହାର ପ୍ରଥମ ବ୍ୟାଚ୍‍ ଇଥାନଲ୍‍ ପଠାଇଛି। ପେଟ୍ରୋଲରେ ମିଶ୍ରଣ ପାଇଁ (ଆଇଓସିଏଲ୍‍)କୁ ଇଥାନଲ୍‍ ଯୋଗାଇ କମ୍ପାନୀ ଉଭୟ ପରିବେଶ ଓ ଅର୍ଥନୀତି ଉପରେ ସକରାତ୍ମକ ପ୍ରଭାବ ପକାଉଥିବା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବାରେ ରାଜ୍ୟରେ ପ୍ରଥମ।
କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରେମ୍‍ କୁମାର କନୋଜିଆ, ୟୁନିଟ୍‍ ହେଡ୍‍ ସଞ୍ଜୟ ରାଠି ଓ କ୍ୱାଲିଟି ଅଧିକାରୀ ଶରତ ସିଏସ୍‍ଙ୍କ ଉପସ୍ଥିତିରେ ସବୁଜ ପତାକା ଦେଖାଇ ଜିଲାରୁ ପ୍ରଥମ ଇଥାନଲ ଯୋଗାଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ‘ସରକାରଙ୍କ ଏହି ବିପ୍ଳବାତ୍ମକ ପଦକ୍ଷେପର ଅଂଶ ହୋଇ ଆମେ ଗର୍ବିତ। ଏହା କେବଳ ଯେ କାର୍ବନ ବିକିରଣକୁ କମ୍‍ କରିବାରେ ଫଳପ୍ରଦ ହେବ ତାହା ନୁହେଁ ବରଂ ପେଟ୍ରୋଲ ଆମଦାନୀ ଖର୍ଚ୍ଚ କମ୍‍ କରି ଅର୍ଥନୀତି ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ।’ ବୋଲି ଶ୍ରୀ କନୋଜିଆ ଏହି ଅବସରରେ ପ୍ରକାଶ କରିଛନ୍ତି। ପ୍ରଥମ ସପ୍ଲାଇରେ କମ୍ପାନୀ ଶୁକ୍ରବାର ପେଟ୍ରୋଲରେ ମିଶ୍ରଣ ପାଇଁ ୨୫ ହଜାର ଲିଟର ଇଥାନଲ୍‍ ଆଇଓସିଏଲ୍‍କୁ ପଠାଇଛି। ପ୍ରାରମ୍ଭିକସ୍ତରରେ କମ୍ପାନୀର କାର୍ଯ୍ୟକ୍ଷମ ଥିବା ୟୁନିଟର ଉତ୍ପାଦନ କ୍ଷମତା ଦିନପ୍ରତି ୧୫ ହଜାର ଲିଟର ଥିବାବେଳେ ଆଗକୁ ଏହି ଉତ୍ପାଦନ କ୍ଷମତାକୁ ଦିନପ୍ରତି ୪୦ରୁ ୬୦ ହଜାର ଲିଟରରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଥିବା ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ୨୦୨୨ ସୁଦ୍ଧା ସରକାର ୧୦ ପ୍ରତିଶତ ଇଥାନଲ୍‍ ଅର୍ଥାତ ୪୦୦ କୋଟି ଲିଟର ମିଶ୍ରଣ ଲକ୍ଷ ଧାର୍ଯ୍ୟ କରିଥିବାବେଳେ ୨୦୨୫ ସୁଦ୍ଧା ୨୦ ପ୍ରତିଶତ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଇଥାନଲ୍‍ ପ୍ଲାଣ୍ଟ ବ୍ୟତୀତ ବୌଦ୍ଧ ଡେଷ୍ଟିଲାରି ପରିସରରେ ପୂର୍ବରୁ ଦିନପ୍ରତି ୬୦ହଜାର ଲିଟର ଏଷ୍ଟ୍ରା ନିୟୁଟ୍ରାଲ୍‍ ଆଲ୍‍କୋହଲ୍‍ ୟୁନିଟ ଓ ୨.୫ ମେଗାୱାଟ ପାୱାର ପ୍ଲାଣ୍ଟ ୨୦୧୮ରୁ କାର୍ଯ୍ୟକ୍ଷମ ରହିଛି। କମ୍ପାନୀ ପକ୍ଷରୁ ନିଜସ୍ୱ ପାୱାର ପ୍ଲାଣ୍ଟ ହେତୁ କୌଣସି ବାୟୁ ପ୍ରଦୂଷଣ ନ ହେବା ପାଇଁ ଏକ ଇଲୋକ୍ଟ୍ରୋକସ୍ଟାଟିକ୍‍ ପ୍ରିସୋପିଟେଟର ସ୍ଥାପନ କରାଯାଇଛି। ତରଳ ବର୍ଯ୍ୟବସ୍ତୁର ଜୈବିକ ଟ୍ରିଟ୍‍ମେଣ୍ଟ କରି ବିଶୁଦ୍ଧ ଜଳକୁ ପୁନର୍ବାର ବ୍ୟବହାର କରିବା ପାଇଁ ଏକ ଏନ୍‍ଫ୍ଲୁଏଣ୍ଟ ପ୍ଲାଣ୍ଟ ସ୍ଥାପନ କରାଯାଇଛି। ୧୩ଟି ରେନ ୱାଟର ହାରଭେଷ୍ଟିଂ ସିଷ୍ଟମ ର ବ୍ୟବସ୍ଥା କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories