ଗନ୍ଧରାଢ଼ୀ ପୀଠରେ ହଜାର ହଜାର କାଉଡିଆ କଲେ ଜଳଲାଗି

ବୌଦ୍ଧ: ବୌଦ୍ଧ ଜିଲାର ପ୍ରସିଦ୍ଧ ଐତିହାସିକ ଗନ୍ଧରାଢ଼ୀ ପୀଠରେ ଗତକାଲି ହଜାର ହଜାର କାଉଡିଆଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା  । ୨ ବର୍ଷ ପରେ ଶ୍ରାବଣ ମାସର ପ୍ରଥମ ସୋମବାରରେ ହଜାର ହଜାର କାଉଡିଆ ପୂଜା କରିବା ସହ ଜଳଲାଗି କରିଛନ୍ତି  । କରୋନା ମହାମାରୀ ପାଇଁ କାଉଡିଆ ବୋଲବମ ଯାତ୍ରା ବନ୍ଦ ରହିଥିଲା  । ଗତକାଲି ସନ୍ଧ୍ୟା ଠାରୁ ବୌଦ୍ଧ ଜିଲା ସମତେ ଆଖପାଖ ଜିଲାର କାଉଡିଆମାନେ ମହାନଦୀ ସମତେ ଅନ୍ୟାନ୍ୟ ନଦୀ ପଠାରେ ପୂଜା ଅର୍ଚ୍ଚନା କରିବା ପରେ ଜଳଧରି ବାହାରିଥିଲେ ଗନ୍ଧରାଢ଼ୀ ପୀଠ ଅଭିମୁଖେ  । ମନ୍ଦିର ପରିଚାଳନା କମିଟି ଓ ପାଖ ଗ୍ରାମର ସ୍ୱେଚ୍ଛାସେବୀ ମାନେ କାଉଡିଆଙ୍କ ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି  ।  ସମସ୍ତ କାଉଡିଆ ଯେପରି ଶାନ୍ତିଶୃଙ୍ଖଳାର ସହିତ ପୂଜା କରିବା ସହ ଜଳଲାଗି କରିପାରିବେ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି  ।

kalyan agarbati

Comments are closed.