www.samajalive.in
Saturday, December 6, 2025
26.1 C
Bhubaneswar

ବୌଦ୍ଧରେ ଆନ୍ତଃ ବିଦ୍ୟାଳୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ

ବୌଦ୍ଧ: ବୌଦ୍ଧଜିଲା ଶିକ୍ଷା ବିଭାଗ ପକ୍ଷରୁ ବୌଦ୍ଧ କଚେରୀ ଖେଳପଡିଆ ଠାରେ ତିନିଦିନିଆ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଜିଲାପାଳ ସତ୍ୟ ରଞ୍ଜନ ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଜିଲା ଶିକ୍ଷା ଅଧିକାରୀ ଡଃ. ଉଦୟନାଥ ମାଝି, ଜିଲା କ୍ରୀଡା ଅଧିକାରୀ ପବିତ୍ର କୁମାର ରାଉତ, ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେରା ଓ ଜିଲା ବିଜ୍ଞାନ ପରିଦର୍ଶକ ଦେବେନ୍ଦ୍ର ଦେହୁରୀ ପ୍ରମୁଖ ଯୋଗଦେଇଥିଲେ ।

ଏହି ପ୍ରତିଯୋଗିତାରେ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ତିନୋଟି ବ୍ଲକରୁ ଗୋଟିଏ ଲେଖାଏଁ ବାଳକ ଓ ବାଳିକା ଏହିପରି ମୋଟ ୬ ଗୋଟି ଦଳ ଅଂଶଗ୍ରହଣ କରିଛନ୍ତି । ପ୍ରଥମ ଦିବସରେ ବୌଦ୍ଧ ଓ ହରଭଙ୍ଗା ବ୍ଳକର ବାଳକ ଟିମ୍‌ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ ବୌଦ୍ଧ ଦଳ ହରଭଙ୍ଗା ଦଳକୁ ୫-୦ ଗୋଲରେ ପରାଜିତ କରିଥିଲା । ସେହିପରି ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବାଳିକା ଦଳ ମଧ୍ୟରେ ହୋଇଥିବା ଦ୍ୱିତୀୟ ପ୍ରତିଯୋଗିତାରେ ବୌଦ୍ଧର ବାଳିକା ଦଳ ୧-୦ ଗୋଲରେ ବିଜୟୀ ହୋଇଥିଲା । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ସାଧାରଣ ଦର୍ଶକ ଏହି ପ୍ରତିଯୋଗିତାକୁ ଉପଭୋଗ କରିଥିଲେ । କ୍ରୀଡାର ବିକାଶ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖେଳୁଆଡ ମନୋଭାବର ବିକାଶ ନିମନ୍ତେ ରାଜ୍ୟସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଥିବା ଜଣାଯାଇଛି ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories