ବୌଦ୍ଧ: ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବାରମ୍ବାର ସହରର ବିଭିନ୍ନ ସ୍ଥାନରେ ରାସ୍ତାକଡରେ ବିକ୍ରି ହେଉଥିବା ମାଂସ ଦୋକାନଗୁଡିକ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଦୋକାନୀ ମାନେ ନିଜ ନିଜର ଦୋକାନ ହଟାଇନଥିଲେ । ଫଳରେ ଏକଜୁକୁଟିଭ ମାଜିଷ୍ଟ୍ରେଟ ଚନ୍ଦ୍ରକାନ୍ତ ବେହେରାଙ୍କ ଉପସ୍ଥିତିରେ ପରିଷଦର ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା, ପୁଲିସ ଏବଂ ପରିଷଦର କର୍ମଚାରୀମାନେ ମାଂସ ଦୋକାନ ଗୁଡିକୁ ଉଚ୍ଛେଦ କରିଥିଲେ । ପୁନର୍ବାର କୌଣସି ବ୍ୟକ୍ତି ରାସ୍ତାକଡରେ ମାଂସ ଦୋକାନ ବିନା ଅନୁମତିରେ ଖୋଲିଲେ ଜୋରିମାନା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଯିବା ସହିତ ପରିଷଦ ପକ୍ଷରୁ ନିର୍ମାଣ କରାଯାଇଥିବା ମାଂସ ଦୋକାନ ଗୁଡିକରେ ଆବଶ୍ୟକୀୟ ଅନୁମତି ନେଇ ବ୍ୟବସାୟୀମାନେ ନିଜର ଦୋକାନ ଖୋଲିପାରିବେ ବୋଲି ନିବଦେନ କରାଯାଇଛି ।
Popular Categories



