www.samajalive.in
Monday, December 15, 2025
16.1 C
Bhubaneswar

ବୌଦ୍ଧ ଜିଲା ଔଷଧ ବ୍ୟବସାୟୀ ସଂଘର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ

ବୌଦ୍ଧ: ବୌଦ୍ଧ ସହର ସ୍ଥିତ ଟାଉନ୍‌ ହଲ ଠାରେ ଶନିବାର ବୌଦ୍ଧ ଜିଲା ଔଷଧ ବ୍ୟବସାୟୀ ସଂଘର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ବୈଠକରେ  ଜିଲ୍ଲା ପାଇଁ କର୍ମକର୍ତ୍ତା ଚୟନ କରାଯାଇଛି । ସଭାପତି ଭାବେ ଗିରିଧାରୀ ଲାଲା ଅଗ୍ରୱାଲା, ସଂପାଦକ ପ୍ରାଣବନ୍ଧୁ ପ୍ରଧାନ ମନୋନୀତ ହୋଇଥିଲେ । ପରେ ଜିଲା ସଭାପତି ଶ୍ରୀ ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଅତିଥିଭାବେ ୟୁସିଡିଏର ରାଜ୍ୟ ସଭାପତି ବି, ସତ୍ୟନାରାୟଣ, ରାଜ୍ୟ ସଂପାଦକ ପ୍ରଶାନ୍ତ ମହାପାତ୍ର ,ନୟାଗଡ ଔଷଧ ବ୍ୟବସାୟୀ ସଂଘର ସଭାପତି ପ୍ରହଲ୍ଳାଦ ସାହୁ, କଳାହାଣ୍ଡି ଔଷଧ ବ୍ୟବସାୟୀ ସଂଘର ଜିଲ୍ଲା ସଭାପତି ଅଶୋକ ରାଉତ, ଅନନ୍ତ ନାରାୟଣ ମହାରଣା ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ସଂଘର ସଦସ୍ୟ ଭାବାନୀ ଶଙ୍କର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ସୁରଜ ଅଗ୍ରୱାଲା ପରିଚାଳନାରେ ସହଯୋଗ କରିଥିଲେ । ନିର୍ବାଚନ ଅଧିକାରୀ ଭାବେ ସଂଘର ବରିଷ୍ଠ ସଦସ୍ୟ ସିଦ୍ଧେଶ୍ୱର ଅଗ୍ରୱାଲା ଓ ମଙ୍ଗଳ ବେହେରା ନିର୍ବାଚନକୁ କରିଚାଳନା କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories