ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସମୀକ୍ଷା ବୈଠକ
ବୌଦ୍ଧ: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମାସିକ ସମୀକ୍ଷା ବୈଠକ ଜିଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଶ୍ରୀଯୁକ୍ତ ସାହୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନରେ ଚାଲିଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହିତ ବାକିଥିବା କାର୍ଯ୍ୟକୁ ଗୁରୁତ୍ୱର ସହ ସମାପ୍ତ କରିବା ପାଇଁ ବୈଠକରେ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ସନତ କୁମାର ନାଏକ, ଜିଲା ସମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଜାହାରୀ, ଉପ ସମାଜିକ ସୁରକ୍ଷା ଅଧିକାରୀ ବୀରେନ୍ଦ୍ର କହଁର ଓ ସାମାଜିକ ସୁରକ୍ଷା କର୍ମକର୍ତ୍ତା ଯୋଗଦାନ କରିଥିଲେ ।
Comments are closed.