ବୌଦ୍ଧ: ବୌଦ୍ଧଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ବାରକୁଡାଛକ ନିକଟରୁ ୭୦ କିଲୋ ଗଞ୍ଜେଇ ସହ ଗୋଟିଏ କାରକୁ ପୋଲିସ ଜବତ କରିଛି । ଘଟଣାରେ ଜଣକୁ ଗିରଫ କରିଛି ପୋଲିସ । ମିଳିଥିବା ସୂଚନା ମୁତାବକ ବ୍ରାହ୍ମଣିପାଲି ପଞ୍ଚାୟତ ବାରକୁଡା ଛକଦେଇ ଗଞ୍ଜେଇ ଚାଲାଣ ହେଉଥିବା ସଂପର୍କରେ ଆଗୁଆ ସୂଚନା ପାଇ ପୋଲିସ ପକ୍ଷରୁ ଏକ ଟିମ ସେଠାରେ ପାଟ୍ରୋଲିଂ କରୁଥିଲେ। ସେହି ରାସ୍ତା ଦେଇ ଏକ କାର ଆସୁଥିବାବେଳେ ସନ୍ଦେହରେ ପୋଲିସ ଉକ୍ତ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା।
ସେଥିରୁ ପୋଲିସ ତିନୋଟି ଜରି ବସ୍ତାରେ ଥିବା ୭୦ କିଲୋ ଗଞ୍ଜେଇ ଜବତ କରିବା ସହିତ ଅଭିଯୁକ୍ତ ଟିକିରାପଡା ପଞ୍ଚାୟତର ବଡ ଗୋଛାପଡା ଗ୍ରାମର ରବି ମଲ୍ଲିକକୁ ଗିରଫ କରିଥିଲା। ଗାଡି ସହିତ ଜବତ ଗଂଞ୍ଜେଇକୁ ଥାନାକୁ ଅଣାଯାଇ ଏକଜୁକୁଟିଭ ମାଜିଷ୍ଟ୍ରେଟ୍ ସତ୍ୟଜିତ ମହାପାତ୍ରଙ୍କ ଉପସ୍ଥିତିରେ ତାହାକୁ ଓଜନ କରାଯାଇଥିଲା । ପରେ ଘଟଣାରେ ଅଭିଯୁକ୍ତକୁ କୋର୍ଟ ଚଲାଣ କରାଯାଇଛି। ମାମଲାରେ ଆହୁରି ଅଧିକ ଲୋକ ସଂପୃକ୍ତି ଥିବା ପୋଲିସ ସାନ୍ଦହ କରି ତଦନ୍ତ ଚଳାଇଛି ।



